କନକ ବ୍ୟୁରୋ : ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଆଜି ମହାତ୍ମାଗାନ୍ଧୀ ନରେଗା (ମନରେଗା) ସଂଯୋଜନ କମିଟି ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେଇଛି। ପ୍ରଥମ ଥର ପାଇଁ ଚଳିତବର୍ଷ ଏହି ଅର୍ଥରେ ଜଙ୍ଗଲ ରାସ୍ତା ମରାମତି କରିବା ପାଇଁ ସ୍ଥିର କରାଯାଇଛି। ଏହାସହିତ ୪୦ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ମନରେଗା ଯୋଜନାରେ ଜଙ୍ଗଲ ବୃଦ୍ଧି, ଜୈବ ବିବିଧତା ଓ ଜୈବ ମଣ୍ଡଳର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଚଳିତବର୍ଷ କୋଭିଡ୍ ମହାମାରୀ ସମୟରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକମାନଙ୍କୁ କାମ ଧନ୍ଦା ଓ ଜୀବିକା ଯୋଗାଇ ଦେବା ଦିଗରେ ରାଜ୍ୟ ଜଙ୍ଗଲ ବିଭାଗ ଏପରି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/miyawaki4-750x430.png)