ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ ।

Advertisment
ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ ।

କନକ ବ୍ୟୁରୋ : ସାଢେ ୫ଟା ସୁଦ୍ଧା ମହିଳା କର୍ମଚାରୀ ଅଫିସ ଛାଡିବା ପ୍ରସଙ୍ଗ । ଇଂଜିନିୟର ଇନ ଚିଫଙ୍କୁ ସ୍ପଷ୍ଟୀକରଣ ମାଗିଲା ପୂର୍ତ୍ତ ବିଭାଗ । ୭ ଦିନ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ । ମହିଳା କର୍ମଚାରୀ ପାଇଁ ସମୟ କଟକଣାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ।

ସଂଧ୍ୟା ସାଢ଼େ ୫ଟାରେ ଅଫିସ ଛାଡ଼ିବେ ମହିଳା କର୍ମଚାରୀ, ସିଭିଲ୍ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଅଚାନକ କାହିଁକି ଏପରି ଏକ ନିର୍ଦ୍ଦେଶନାମା ଦିଆଗଲା । ଏହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଏହି ନିର୍ଦ୍ଦେଶନାମା ସପକ୍ଷରେ ସର୍ବୋଚ୍ଚ ଯନ୍ତ୍ରୀ ଯେଉଁ ଯୁକ୍ତି ବାଢ଼ିଛନ୍ତି, ତାହା ସନ୍ଦେହକୁ ସଂପୂର୍ଣ୍ଣ ଦୂର କରିପାରୁନି । ସେ କହିଛନ୍ତି, ଫାଇଭ-ଟି ରେ ଟାଇମ୍ ଫ୍ୟାକ୍ଟରକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଠିକ୍ ସମୟରେ ଆସିବା, ଠିକ୍ ସମୟରେ କାମ କରିବା ଏବଂ ଠିକ୍ ସମୟରେ ଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ।

ସମୟାନୁବର୍ତ୍ତି ହେବା ନେଇ ଯେଉଁ ଯୁକ୍ତି ଦର୍ଶାଯାଉଛି, ତାହା କେବଳ ମହିଳାଙ୍କ ପାଇଁ କାହିଁକି ଲାଗୁ ହେବ, ତାହା ହିଁ ବଡ଼ ପ୍ରଶ୍ନ । ଏପଟେ ପୂର୍ତ ବିଭାଗର ଉପ ସଚିବ, ମହିଳା କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଯାହାକି ଏହା ପଛରେ ଅନ୍ୟ କିଛି କାରଣ ନେଇ ଇଙ୍ଗିତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe