କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କଲେ ହେଲେ ପରୀକ୍ଷା ଦେବା ପାଇଁ ଆସିଲେନି । କେଉଁଥି ପାଇଁ ପିଲା ପରୀକ୍ଷା ଦେବାରୁ ଦୂରେଇ ରହିଲେ ସେନେଇ ଆରମ୍ଭ ହୋଇଛି ଖୋଳତାଡ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମଗାଯାଇଥିଲା । ପରିଷଦ ମଧ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିବା କୁହାଯାଉଛି । ପରିଷଦ ପକ୍ଷରୁ କୁହାଯାଇଛି ଯେ, ୪୬ ହଜାର ନୁହେଁ ୪୩ ହଜାର ୪୮୯ ଜଣ ପିଲା ପରୀକ୍ଷା ଦେଉନାହାନ୍ତି । ରେଗୁଲାରରେ ୪୨ ହଜାର ୭୦୪ ଓ ଏକ୍ସରେଗୁଲାରରେ ୭୮୫ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ।

Advertisment

ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ନାମ ପଂଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୨୮ ହଜାର ୪୨୦ ଜଣ ପରୀକ୍ଷା ଦେଉଛନ୍ତି । ମୟୂରଭଂଜ, ଗଂଜାମ, ବଲାଙ୍ଗୀର ଓ ନବରଙ୍ଗପୁରରେ ସବୁଠୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ୨୦୨୨ ସମିଟିଭ୍ ଆସେସ୍ମେଂଟ-୨ ପାଇଁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀ ୨୦୨୦ରେ ପଞ୍ଜୀକୃତ ହୋଇଥିଲେ । ଯେତେବେଳେ କି ସେମାନେ ନବମ ଶ୍ରେଣୀରେ ନାମ ଲେଖାଇଥିଲେ । କରୋନା ସମୟରେ ସେମାନେ ନାମ ଲେଖାଇଥିବାରୁ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀଙ୍କୁ ଫେକ୍ ତଥା ନକଲି କହିପାରିବା ନାହିଁ ବୋଲି ବିଏସ୍ଇ ପକ୍ଷରୁ କୁହାଯାଇଛି ।