ବାତ୍ୟା ୟାସ୍’ ଜନିତ କ୍ଷୟକ୍ଷତିର ପ୍ରାରମ୍ଭିକ ରିପୋର୍ଟ ମାଗିଲା କୃଷି ବିଭାଗ : ୨୪ଘଂଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲା ଗୁଡ଼ିକୁ ନିର୍ଦ୍ଦେଶ

37

କନକ ବ୍ୟୁରୋ : ବାତ୍ୟା ୟାସ’ ଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲା କୃଷି ବିଭାଗ । ୨୪ଘଂଟା ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୮ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । କୃଷି, ମତ୍ସ୍ୟ ଓ ପଶୁ ପାଳନ ବିଭାଗର କ୍ଷତ୍ର ଅଧିକାରୀ ଗ୍ରାଉଣ୍ଡ ଜିରୋକୁ ଯାଇ କ୍ଷୟକ୍ଷତିର ଆକଳନ କରୁଛନ୍ତି । ପୁର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସହାୟତା ରାଶି ଯୋଗାଇ ଦିଆଯିବ । ଏନେଇ ସୁଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।