ଓଡିଶାରେ ସକ୍ରିୟ ରହିଛି ଡେଲଟା ଭୂତାଣୁ । ପଢନ୍ତୁ, କ’ଣ ରହିଛି କେନ୍ଦ୍ର ଜୀବ ବିଜ୍ଞାନ ସଂସ୍ଥାର ତଥ୍ୟ?

Advertisment
ଓଡିଶାରେ ସକ୍ରିୟ ରହିଛି ଡେଲଟା ଭୂତାଣୁ । ପଢନ୍ତୁ, କ’ଣ ରହିଛି କେନ୍ଦ୍ର ଜୀବ ବିଜ୍ଞାନ ସଂସ୍ଥାର ତଥ୍ୟ?
  • ଘାତକ ସାଜୁଛି ଡେଲଟା ଭ୍ୟାରିଏଣ୍ଟ
  • ଦ୍ୱିତୀୟ ଲହରରେ ଓଡ଼ିଶାରେ ୭୦%ରୁ ଅଧିକ ଡେଲ୍ଟା ଭୂତାଣୁ

ରାଜ୍ୟରେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଘାତକ ହେବା କାରଣ ହେଉଛି ଡେଲଟା ଭୂତାଣୁ । ରାଜ୍ୟରେ ଜିନମ୍ ସିକୁଏନ୍ସିଂରୁ ଏହି ତଥ୍ୟ ଆସିଛି । କେନ୍ଦ୍ର ଜୀବ ବିଜ୍ଞାନ ସଂସ୍ଥାର ତଥ୍ୟ କହୁଛି...

  1. ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟରୁ ୬୦୦ ନମୁନା ସଂଗ୍ରହ କରାଯାଇଥିଲା
  2. ୬୦୦ରୁ ୪୨୫ ହେଉଛି ଡେଲଟା ଭାଇରସ୍
  3. ଜାନୁଆରୀରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ୬ ହଜାର ନମୁନାର ଜିନମ୍ ସିକ୍ୟୁଏନ୍ସିଂ କରାଯାଇଥିଲା
  4. ୭୦ ପ୍ରତିଶତରୁ ଅଧିକ ଡେଲଟା ଭୂତାଣୁ ଚିହ୍ନଟ
  5. ଜିନମ ସିକ୍ୟୁଏନ୍ସିଂରେ ମିଳିନାହିଁ କରୋନା ଭୂତାଣୁ ନୂଆ ରୂପ

ଅର୍ଥାତ ଅନ୍ୟ କୌଣସି ନୂଆ ମ୍ୟୁଟାଣ୍ଟ ନୁହେଁ, ଡେଲଟା ଭୂତାଣୁ ଯୋଗୁଁ ହିଁ ରାଜ୍ୟରେ ଦ୍ରୁତ ସଂକ୍ରମଣ ହୋଇଛି । ସେପଟେ ଦେଶରେ ଯୁଦ୍ଧାକାଳୀନ ଭିତ୍ତିରେ ଟିକାକରଣ କରାଯାଉଛି । ଦେଶରେ ପାଖାପାଖି ୭୪ କୋଟି ଡୋଜ୍ ଟିକାକରଣ ହୋଇଥିବା ବେଳେ ରାଜ୍ୟରେ ଅଢେଇ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଉଦବେଗଜନକ ତଥ୍ୟ ହେଉଛି, ଟିକାକରଣ ପରେ ବି ୨୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉନାହିଁ କିନ୍ତୁ ଫଳପ୍ରଦ ହେଉଛି ଟିକା । ଟିକା ନେଇ ସଂକ୍ରମିତ ହେଲେ ବି ଗୁରୁତର ହେଉନାହାନ୍ତି ରୋଗୀ । ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିଲେ ବି ଡେଲଟା ଭାଇରସର ଭୟ ଯାଇନାହିଁ । ଖାଲି ରାଜ୍ୟ କି ଦେଶରେ ନୁହେଁ ବିଶ୍ୱର ବଡ ବଡ ଦେଶରେ ଡେଲଟା ଭୂତାଣୁର ବଡ ପ୍ରଭାବ ରହୁଛି । ଆମେରିକାରେ ଡେଲଟା ଯୋଗୁ ଦୈନିକ ଏକ ଲକ୍ଷ ମାମଲା ଚିହ୍ନଟ ହେଉଥିବା ପ୍ରାୟ ଦେଢ଼ ହଜାରରୁ ଅଧିକ ରୋଗୀଙ୍କ ମୃତ୍ୟୁ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe