ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ

215

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଯଦି କେଜ୍ରିୱାଲ ସରକାର ଦିଲ୍ଲୀ କୋଭିଡ ମହାମାରୀ ପରିଚାଳନାରେ ବିଫଳ ତାହେଲେ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହାର ଦାୟିତ୍ୱ ନେବା ପାଇଁ କହିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ । କେବଳ ହସ୍ପିଟାଲ ଗୁଡିକ ପାଇଁ ଅନୁଚିତ ଆଦେଶ ଜାରି କରାଯାଇ କୋଭିଡ ବିରୋଧୀ ଲଢେଇ ଲଢାଯାଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ ।

ଦିଲ୍ଲୀ ସ୍ଥିତ ମହାରାଜ ଅଗ୍ରସେନ ହସ୍ପିଟାଲ ପକ୍ଷରୁ କୋର୍ଟରେ କୁହାଯାଇଥିବା ଯେ, ଜଣେ ଆକ୍ରାନ୍ତ ଏର୍ମଜେନ୍ସି ୱାର୍ଡରେ ଭର୍ତି ହେବାର ମାତ୍ର ୧୦ରୁ ୧୫ମିନିଟ ଭିତରେ ଅମ୍ଲଜାନ ଓ ଔଷଧ ଯୋଗାଇ ଦେବା ପାଇଁ ଦିଲ୍ଲୀ ସରକାର ହସ୍ପିଟାଲ ଗୁଡିକ ପାଇଁ ଜାରି କରିଥିବା ନିର୍ଦ୍ଦେଶନାମା ପାଳନ କରିବା ଅସମ୍ଭବ । ଏହାପରେ କୋର୍ଟରେ ଶୁଣାଣି ବେଳେ ଏହା କେଜ୍ରିୱାଲ ସରକାରଙ୍କ ଉପରେ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ ।

ଏହାସହ ଦିଲ୍ଲୀ ସ୍ଥିତ ଅଶୋକ ହୋଟେଲକୁ ବିଚାରପତିଙ୍କ ହସ୍ପିଟାଲରେ ପରିଣତ କରିବା ପ୍ରସଙ୍ଗରେ ମଧ୍ୟ କେଜ୍ରିୱାଲ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ହାଇକୋର୍ଟ କେବେ ହେଲେ ଏମିତି କରିବାକୁ କହିନଥିଲେ । ଅଗ୍ରାଧିକାର ଭିତିରେ ବିଚାରପତିଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ କେବେ କୁହାଯାଇନଥିଲା ।