ମନ୍ଦିର ଖୋଲିବା ନିଷ୍ପତି ଜିଲ୍ଲା ପ୍ରଶାସନ ହାତରେ । ସରକାର କହିଲେ ଏସଓପି ଜାରି କରିପାରିବେ ସ୍ଥାନୀୟ ପ୍ରଶାସନ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ମତ ପାର୍ଥକ୍ୟ । ସେପଟେ ନଭେମ୍ବରରେ ବି ବନ୍ଦ ରହିବ ସୁଇମିଂ ପୁଲ ଓ ସିନେମା ହଲ । 

94

କନକ ବ୍ୟୁରୋ : ସେପଟେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପୁରୀ ଓ ଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି । ପୁରୀ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ମତ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ । କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲିବା ନେଇ ପ୍ରଶାସନ ନିଷ୍ପତି ନେଲେ ସ୍ୱାଗତ କରିବେ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ଦୁର୍ଗା ଦାଶ ମହାପାତ୍ର । ସେହିପରି ମନ୍ଦିର ଖୋଲିବା ପ୍ରସଙ୍ଗରେ ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ସମିତି ସଂପାଦକ କମଳାକାନ୍ତ ବଡୁ କହିଛନ୍ତି, ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିବୁ । କିନ୍ତୁ ବର୍ତମାନ ସମୟରେ କରୋନା ଭୟ ଥିବାରୁ ଭାବି ଚିନ୍ତି ନିଷ୍ପତି ନେବା ଆବଶ୍ୟକ ।

ତେବେ ମନ୍ଦିର ଖୋଲିବାକୁ ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲି ପାରିବ ଧର୍ମାନୁଷ୍ଠାନ । ଧର୍ମାନୁଷ୍ଠାନ କର୍ତୃପକ୍ଷ କୋଭିଡ୍ ନିୟମର ନିୟମ ପାଳନ କରିବେ ।  ଅନୁମତି ନେଇ ପୂଜାପାଠ ଏବଂ ଧାର୍ମିକ ଉପାସନା ହୋଇପାରିବ । ବାହାଘର ଉତ୍ସବରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମିତ ଦିଆଯାଇଛି । ସେହିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ସର୍ବାଧିକ ୫୦ ଜଣ ।

ନଭେମ୍ବର ୩୦ ଯାଏଁ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ବନ୍ଦ ରହିବ । ତେବେ ଆବଶ୍ୟକ ସ୍ଥଳେ ମନ୍ତ୍ରାଳୟର ସ୍ୱତନ୍ତ୍ର ଅନୁମତିରେ ଯାତ୍ରୀବାହୀ ବିମାନ ଉଡିପାରିବ । ବଡ଼ ସାମାଜିକ, ରାଜନୈତିକ, କ୍ରୀଡ଼ା ସମାବେଶ ଓ ଧାର୍ମିକ ସମାବେଶ ଉପରେ କଟକଣା ରହିବ । ସିନେମା ହଲ, ସୁଇମିଂ ପୁଲ୍ ଓ ଥିଏଟର ରହିବ । କୋଭିଡ୍ କଟକଣା ଭିତରେ ଖୋଲିପାରିବ ମୁକ୍ତାକାଶ ରଙ୍ଗମଂଚ । ତେବେ କନ୍ଟେନ୍ମେଂଟ ଜୋର୍ରେ ପୂର୍ବ ଭଳି ଜାରି ରହିବ କଟକଣା ।