ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ଗଣଶିକ୍ଷା ବିଭାଗ : ଆଦର୍ଶ ବିଦ୍ୟାଳୟ ସହ କିଛି ଘରୋଇ ସ୍କୁଲ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ସେଥିପାଇଁ କିପରି ବ୍ୟବସ୍ଥା କରିହେବ ଚାଲିଛି ବିଚାର ବିମର୍ଶ । ନୂଆ କରୋନା ଷ୍ଟ୍ରେନ ଭୟ ଭିତରେ ସ୍କୁଲ ଖୋଲିବାକୁ ବି ଆଲୋଚନା ।

3,824

କନକ ବ୍ୟୁରୋ : ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ପରେ ଏବେ ଚିନ୍ତାରେ ଗଣଶିକ୍ଷା ବିଭାଗ । ସ୍କୁଲ କେବେ ଖୋଲିବ ସେ ନେଇ ନିଷ୍ପତି ହୋଇପାରୁୁନି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଏହି ଆଧାରରେ ଆଦର୍ଶ ବିଦ୍ୟାଳୟ ସହ କେତେକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ସେ ନେଇ କିପରି ବ୍ୟବସ୍ଥା କରାଯିବ ସେ ନେଇ ବିଚାର ବିମର୍ଷ ଚାଲିଛି । କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ରହିଛି । ସ୍କୁଲ ଖୋଲିବା ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପଦ ଆଗ ବୋଲି କହିଛନ୍ତି ସମୀର ଦାଶ ।

Comments are closed.