ଜଗତସିଂହପୁରରେ ଅର୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ ପଛ କାରଣ ପ୍ରେମ । ମୃତକ ଖୋର୍ଦ୍ଧା ଅଂଚଳର ସୂଚନା

Advertisment
ଜଗତସିଂହପୁରରେ ଅର୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ ପଛ କାରଣ ପ୍ରେମ । ମୃତକ ଖୋର୍ଦ୍ଧା ଅଂଚଳର ସୂଚନା

କନକ ବ୍ୟୁରୋ: ଜଗତସିଂହପୁରରୁ ଅର୍ଧଦଗ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା ଯୁବକର ମୃତ୍ୟୁର କାରଣ ପ୍ରେମ ବୋଲି ଅନୁମାନ କରାଯାଉଛି । ଯୁବକର ନାଁ କୃଷ୍ଣଚନ୍ଦ୍ର ଚମ୍ପତି ରାୟ ଓରଫ ସାଗର ବୋଲି ଜଣାଯାଇଛି । ତାଙ୍କ ଘର ଖୋର୍ଧା ଅଂଚଳରେ । ଶନିବାର ରାତିରେ ବାଲିକୁଦା ଥାନା ଅନ୍ତର୍ଗତ ଦେହଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଉପରୁ ଯୁବକଙ୍କ ଅର୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମେଡିକାଲ ଯିବା ବାଟରେ ସଂପୃକ୍ତ ଯୁବକର ମୃତ୍ୟୁ ହୋଇଥିଲା । ପୋଲିସ ଏ ନେଇ ଛାନଭିନ କରୁଛି ।

publive-image

ସୂଚନାଯୋଗ୍ୟ, ସାଗର ଅହମ୍ମଦାବାଦର ଏକ କଂପାନିରେ କଂପ୍ୟୁଟର ସହକାରୀଭାବେ କାମ କରନ୍ତି। ସେ ଅହମ୍ମଦାବାଦ ନଯାଇ ବାଲିକୁଦାରେ ମଧୁଙ୍କ ସହ ଦେଖା କରିବାକୁ ଆସିଥିବା ସନ୍ଦେହ କରାଯାଉଛି। ସାଗରଙ୍କ ଛାତ ଚଟାଣ ଉପରେ ରକ୍ତରେ ‘ମଧୁ’ ବୋଲି ଲେଖିଥିବା ଦେଖିବାକୁ ମିଳିଥିଲା।ଦେବଗ୍ରାମରେ ମା’ ଦେବୀଙ୍କ ମହାଷ୍ଟମୀ ପୂଜା ଚାଲିଥିଲା। ଗାଁ ମୁଣ୍ତରେ ଥିବା ଉପ୍ରା ବିଦ୍ୟାଳୟ ଛାତ ଉପରେ କେହି ଜଣେ ଚିତ୍କାର କରୁଥିବା ଲୋକେ ଶୁଣିବାକୁ ପାଇଥିଲେ। ଗାଁ ଲୋକେ ପହଞ୍ଚି ଜଣେ ଯୁବକଙ୍କୁ ଜଳୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବରପାଇ ପୁଲିସ ପହଞ୍ଚିବା ବେଳକୁ ଯୁବକଙ୍କ ଶରୀରର ୯୦ ଭାଗ ଜଳି ସାରିଥିବାରୁ ତାଙ୍କ ପରିଚୟ ଜାଣିବା ସମ୍ଭବ ହୋଇପାରି ନଥିଲା। ପୁଲିସ ତାଙ୍କୁ ବାଲିକୁଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe