କନକ ବ୍ୟୁରୋ: ରାୟଗଡା କାଶୀପୁରରେ ଅଜଣା ରୋଗକୁ ନେଇ ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା ତାହାର କାରଣ ସ୍ପଷ୍ଟ ହୋଇଛି । ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛନ୍ତି ବିଶେଷଜ୍ଞ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଉକ୍ତ ଅଞ୍ଚଳରେ ଅକ୍ରାାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି । ତେବେ ଏହି ରୋଗରେ ଏଯାଏଁ ୩ ଶିଶଣୁଙ୍କର ମୃତ୍ୟୁ ହୋଇସାରିଛି ଏବଂ ଏକାଧିକ ଶିଶୁ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଅଜଣା ରୋଗ ନୁହେଁ , କାଶୀପୁରରେ ଡିପଥେରିଆରେ ହୋଇଛି ମୃତ୍ୟୁ । ଆରଏମଆରସିରେ ନମୂନା ପରୀକ୍ଷା ପରେ ସ୍ପଷ୍ଟ ତଥ୍ୟ ।
/kanak/media/post_attachments/wp-content/uploads/2024/06/rr-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)