କୁଏତ ମର୍ମନ୍ତୁଦ ଅଗ୍ନିକାଣ୍ଡରେ ବଢ଼ୁଛି ମୃତକଙ୍କ ସଂଖ୍ୟା ମୃତ, ୪୨ ଭାରତୀୟଙ୍କ ମଧ୍ୟରୁ ୨୯ଜଣ କେରଳ ବାସିନ୍ଦା ଚିହ୍ନି ହେଉନି ଶବ,ଚାଲିଛି ଡିଏନଏନ ଟେଷ୍ଟ

Advertisment
କୁଏତ ମର୍ମନ୍ତୁଦ ଅଗ୍ନିକାଣ୍ଡରେ ବଢ଼ୁଛି ମୃତକଙ୍କ ସଂଖ୍ୟା ମୃତ, ୪୨ ଭାରତୀୟଙ୍କ ମଧ୍ୟରୁ ୨୯ଜଣ କେରଳ ବାସିନ୍ଦା ଚିହ୍ନି ହେଉନି ଶବ,ଚାଲିଛି ଡିଏନଏନ ଟେଷ୍ଟ

କନକବ୍ୟୁରୋ: କୁଏତ ଅଗ୍ନିକାଣ୍ଡରେ ବଢ଼ୁଛି ମୃତକଙ୍କ ସଂଖ୍ୟା । ୪୯ ମୃତକଙ୍କ ମଧ୍ୟରେ ୪୨ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି । ତେବେ କିଛି ମୃତକଙ୍କ ପରିଚୟ ମିଳିପାରୁନି । ତେଣୁ ଡିଏନଏସ ଟେଷ୍ଟ ଆରମ୍ଭ ହୋଇଛି । ଏମାନଙ୍କ ମଧ୍ୟରେ ଆଉ କିଛି ଭାରତୀୟ ଥିବା ଆଶଙ୍କା କରାଯାଉଛି । ମୃତ ୪୨ ଭାରତୀୟଙ୍କ ମଧ୍ୟରେ ୨୯ଜଣ କେରଳ ବାସିନ୍ଦା ବୋଲି ଜଣାପଡିଛି ।ଘଟଣାକୁ ନେଇ କୁଏତ ଦୂତାବାସ ସହ ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର କଥା ହେବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନଯୋଗେ ଭାରତୀୟଙ୍କ ମୃତ ଦେହ ଅଣାଯାଉଛି ।ସେପଟେ ମୃତକଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ସର୍ମ୍ପକୀୟଙ୍କ ଶବକୁ ତୁରନ୍ତ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି ପରିଜନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe