କନକବ୍ୟୁରୋ: କୁଏତ ଅଗ୍ନିକାଣ୍ଡରେ ବଢ଼ୁଛି ମୃତକଙ୍କ ସଂଖ୍ୟା । ୪୯ ମୃତକଙ୍କ ମଧ୍ୟରେ ୪୨ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି । ତେବେ କିଛି ମୃତକଙ୍କ ପରିଚୟ ମିଳିପାରୁନି । ତେଣୁ ଡିଏନଏସ ଟେଷ୍ଟ ଆରମ୍ଭ ହୋଇଛି । ଏମାନଙ୍କ ମଧ୍ୟରେ ଆଉ କିଛି ଭାରତୀୟ ଥିବା ଆଶଙ୍କା କରାଯାଉଛି । ମୃତ ୪୨ ଭାରତୀୟଙ୍କ ମଧ୍ୟରେ ୨୯ଜଣ କେରଳ ବାସିନ୍ଦା ବୋଲି ଜଣାପଡିଛି ।ଘଟଣାକୁ ନେଇ କୁଏତ ଦୂତାବାସ ସହ ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର କଥା ହେବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନଯୋଗେ ଭାରତୀୟଙ୍କ ମୃତ ଦେହ ଅଣାଯାଉଛି ।ସେପଟେ ମୃତକଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ସର୍ମ୍ପକୀୟଙ୍କ ଶବକୁ ତୁରନ୍ତ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି ପରିଜନ ।