ରାଜ୍ୟରେ ୬ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ମାତ୍ର ୨୪ ଘଂଟାରେ ୧୪ ଜଣଙ୍କ ଯାଇଛି ଜୀବନ

115

କନକ ବ୍ୟୁରୋ : ରାଜ୍ୟରେ ୬ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀରୁ ୩ ଜଣ କରୋନା ଆକ୍ରାନ୍ତ, ମୟୂରଭଂଜର ୨ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ୩ ହଜାର ୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ହଜାର ୩୫୯ ଜଣ ସଂଗରୋଧ କେନ୍ଦ୍ରରୁ, ୧ ହଜାର ୬୩୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଖୋର୍ଧାରୁ ସର୍ବାଧିକ ୬୦୬ ଜଣ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ସେହିପରି କଟକରୁ ୩୫୪ , ପୁରୀରୁ ୨୭୯, ବାଲେଶ୍ୱରରୁ ୨୦୯, ମୟୂରଭଂଜ ୧୬୦, ନବରଙ୍ଗପୁରରୁ ୧୫୧, କେନ୍ଦ୍ରାପଡା ୧୩୦, ଜଗତସିଂହପୁରରୁ ୧୨୨, ବଲାଙ୍ଗିର ୧୨୪, ଭଦ୍ରକ ୧୧୨ ଅନୁଗୁଳ ୧୩୮, ରାୟଗଡା ୧୦୫, ସୁନ୍ଦରଗଡ ୮୮ , ବରଗଡ ୯୭, କୋରାପୁଟ ୯୩, ସଂବଲପୁର ୯୧ , ସୋନପୁର ୯୧, ଗଂଜାମ ୮୯, ଯାଜପୁର ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ।। ୧ ଲକ୍ଷ ୪୩ ହଜାର ୧୧୭କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଆକ୍ଟିଭ୍ ସଂଖ୍ୟା ୩୪ ହଜାର ୪୫୮ ଏବଂ ସୁସ୍ଥ ସଂଖ୍ୟା ୧ ଲକ୍ଷ ୮ ହଜାର ୧ ରହିଛି ।

Comments are closed.