କରୋନାରେ ଆଉ ୯ ମୃତ । ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଲା । ଗଞ୍ଜାମ ୩, ରାୟଗଡା ୨, ଖୋର୍ଦ୍ଧା , ସମ୍ୱଲପୁର, ମାଲକାନଗିରି, ବାଲେଶ୍ୱରରୁ ଜଣେ ଲେଖାଏଁ ମୃତ୍ୟୁ ।

253

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି କରୋନା ମୃତ୍ୟୁସଂଖ୍ୟା । ୨୪ଘଣ୍ଟାରେ କରୋନା ନେଲା ଆଉ ୯ ଜୀବନ । ଗଞ୍ଜାମ ୩, ରାୟଗଡା ୨, ଖୋର୍ଦ୍ଧା , ସମ୍ୱଲପୁର, ମାଲକାନଗିରି, ବାଲେଶ୍ୱରରୁ ଜଣେ ଲେଖାଏଁ ମୃତ୍ୟୁ । ଏହାସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଲା I ସେହିଭଳି ଗଞ୍ଜାମରେ କରୋନା ମୃତ୍ୟୁସଂଖ୍ୟା ୧୫୮, ଖୋର୍ଦ୍ଧାରେ ୪୯, କଟକରେ ୧୮, ସୁନ୍ଦରଗଡରେ ୨୨, ରାୟଗଡାରେ ୧୭କୁ ପହଞ୍ଚିଛି । 

ଅନ୍ୟପକ୍ଷରେ , ଆଜି ରାଜ୍ୟରେ ପୁଣି ୨୨ ଶହ ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୪ ଶହ ୧୬ ଜଣ ଥିବା ବେଳେ ୮୨୩ ଜଣ ଲୋକାଲ କଂଟାକ୍ଟ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୩୩ରେ ପହଚିଂଛି । ତେବେ ୨୯ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ନୂଆ ୨୨ ଶହ ୩୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୨୪୬, କନ୍ଧମାଳରୁ ୯୦, ରାୟଗଡାରୁ ୧୨୦, ସୁନ୍ଦରଗଡରୁ ୬୪, ଭଦ୍ରକରୁ ୭୩ ଓ ବାଲେଶ୍ୱରରୁ ୧୩୦ ଜଣ, କଟକରୁ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।