ଦେଶରେ କରୋନା ମୃତ୍ୟୁ ୯୦ହଜାର ପାର୍ : ଦିନକରେ ୮୩,୩୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧,୦୮୫ ମୃତ୍ୟୁ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬,୪୬,୦୧୦କୁ ବୃଦ୍ଧି

82

କନକ ବ୍ୟୁରୋ : କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୬,୪୬,୦୧୦ରେ ପହଞ୍ଚିଛି । ଏହା ମଧ୍ୟରୁ ୯,୬୮, ୩୭୭ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୯୦, ୦୨୦ ରହିଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୪୫,୮୭୬,୧୩ରେ ପହଞ୍ଚିଲା । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୫୯% ରହିଥିବା ବେଳେ ଆରୋଗ୍ୟ ହାର ୮୧.୨୫% ରହିଛି ।

ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ବରେ ଆଗରେ ରହିଛି। ତା’ ପଛକୁ ରହିଛି ଆମେରିକା । ଆମେରିକାରେ ବର୍ତ୍ତମାନ ୭,୦୯୭,୯୩୭ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରୁ ୪,୩୪୬,୧୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

Comments are closed.