କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮ରେ ପହଁଚି ଯାଇଛି । ଯାହା ମଧ୍ୟରେ ୬ ଲକ୍ଷ ୫୩ ହଜାର ୬୨୨ ଆକ୍ଟିଭ୍ ମାମଲା ରହିଛନ୍ତି । ଚିକିତ୍ସା ପରେ ଡାକ୍ତରଖାନାରୁ ସୁସ୍ଥ ହୋଇଫେରିଲେଣି ୧୬ ଲକ୍ଷ ୯୫ ହଜାର ୯୮୨ ଜଣ । ସେହିପରି ଗତ ୨୪ ଘଂଟାରେ ଦେଶରେ ୯୪୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ଅତିକ୍ରମ କରିଛି । ଦେଶରେ ଗତ ୨୪ ଘଂଟାରେ ନୂଆ ୯୮୨ ମୃତକଙ୍କୁ ମିଶାଇ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ୩୩ରେ ପହଁଚି ଗଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି ।
ଗତକାଲି ସାରା ଦେଶରେ ୮ ଲକ୍ଷ ୩୦ ହଜାର ୩୯୧ ନମୂନା ପରୀକ୍ଷା ହୋଇଥିଲା । ଏହାକୁ ମିଶାଇ ବର୍ତମାନ ସୁଦ୍ଧା ଦେଶରେ ମୋଟ୍ ନମୂନା ପରୀକ୍ଷା ସଂଖ୍ୟା ୨ କୋଟି ୬୮ ଲକ୍ଷ ୪୫ ହଜାର ୬୮୮ ରେ ପହଁଚିଥିବା ନେଇ ଭାରତୀୟ ମେଡିକାଲ କାଉନସିଲ୍ ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/18-12.jpg)