ଦେଶରେ ୫୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା : ୨୪ ଘଂଟାରେ ୯୪୧ ମୃତ୍ୟୁ, ୫୭ ହଜାର ୯୮୨ ନୂଆ ସଂକ୍ରମିତ; ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪କୁ ବୃଦ୍ଧି

102

କନକ ବ୍ୟୁରୋ : ଦେଶରେ ୫୦ ହଜାର ଟପିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ଆଉ ୯୪୧ ଜଣଙ୍କ ମୃତ୍ୟୁ ସହ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୫୦ ହଜାର ୯୨୧ରେ ପହଁଚିଛି । କେବଳ ମହାରାଷ୍ଟ୍ରରେ କରୋନାରେ ୨୦ ହଜାରରୁ ଅଧିକ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ୨୪ ଘଂଟାରେ ଆଉ ୫୭ ହଜାର ୯୮୨ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪କୁ ବୃଦ୍ଧି ପାଇଛି ।

ଏମାନଙ୍କ ମଧ୍ୟରୁ ୧୯ ଲକ୍ଷ ୧୯ ହଜାର ୮୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୬ ଲକ୍ଷ ୭୬ ହଜାର ୯ଶହ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ଏବେ ବି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦେଶରେ ୭ ଲକ୍ଷ ୩୧ ହଜାର ୬୯୭ ଟି ନମୁନା ପରୀକ୍ଷା କରାଯାଇଛି ।