ଦେଶରେ କରୋନା ମୃତ୍ୟୁସଂଖ୍ୟା ୧,୩୪,୬୯୯ ରେ ପହଞ୍ଚିଲା : ସକ୍ରିୟ ସଂକ୍ରମିତ ୪,୪୪,୭୪୬, ସୁସ୍ଥ ସଂଖ୍ୟା ୮୬,୪୨,୭୭୧

43

ଦେଶରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୪୪,୩୭୬ ନୂଆ ସଂକ୍ରମଣ ଓ ୪୮୧ ମୃତ୍ୟୁ ରେକର୍ଡ କରାଯାଇଛି । ଏଥି ସହିତ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୨,୨୨,୨୧୭ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୪, ୬୯୯ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ,ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୪୪, ୭୪୬। ସେହିଭଳି ଏବେ ସୁଦ୍ଧା ଦେଶରେ ସମୁଦାୟ ୯୨.୨୨ ଲକ୍ଷ ଆକ୍ରାନ୍ତଙ୍କୁ ମଧ୍ୟରୁ ୮୬.୪ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ଆକ୍ରାନ୍ତ ହାର ୯୩.୩% ରହିଛି ।ନଭେମ୍ବର ମାସର ଏହି ସମୟରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ୫୦ ହଜାର ତଳେ ରହିଥିଲେ ବି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ଆଜି ସକାଳ ସୁଦ୍ଧା ୪.୪ ଲକ୍ଷ ଆକ୍ରାନ୍ତ ଚିକିତ୍ସାଧୀନ ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓ୍ଵେବ୍‌ସାଇଟ୍‌ରୁ ଜଣାପଡ଼ିଛି। ଏହାଛଡ଼ା, ରାଜସ୍ଥାନ, ହରିୟାଣା, ଛତିଶଗଡ଼ ଓ ପଞ୍ଜାବ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି।