ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧,୨୨,୬୦୭ରେ ପହଞ୍ଚିଲା : ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫,୬୧,୯୦୮; ସୁସ୍ଥ ସଂଖ୍ୟା ୭୫,୪୪,୭୯୮

Advertisment
୨୪ ଘଂଟାରେ ଦେଶର କରୋନା ମିଟର : ୩ ଲକ୍ଷ ୬୨ ହଜାର ୭୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୨୦ ମୃତ; ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଉଦବେଗଜନକ

କନକ ବ୍ୟୁରୋ : ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତଭାବେ କମିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୫,୨୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଗତକାଲି ପରି ଆଜି ମଧ୍ୟ ମୃତ୍ୟୁସଂଖ୍ୟା ୫୦୦ତଳକୁ ଖସିଛି। ୨୪ଘଣ୍ଟାରେ ୪୯୬ଜଣ ମୃତ୍ୟୁବରଣ କରିଥିବା ବେଳେ ୫୩୨୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୨,୨୯,୩୧୩ରେ ପହଞ୍ଚିଛି । ଏହା ମଧ୍ୟରୁ ୫୬୧୯୦୮ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୨,୬୦୭ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୭୫,୪୪,୭୯୮ ରେ ପହଞ୍ଚିଛି । ଏହା ସହ ଦେଶରେ ଗତକାଲି ୮,୫୫,୮୦୦ନମୁନା ପରୀକ୍ଷା କରାଯାଇଥିବା ବେଳେ ନଭେମ୍ବର ୧ସୁଦ୍ଧା ସର୍ବମୋଟ ୧୧,୦୭,୪୩,୧୦୩ ନମୁନା ପରୀକ୍ଷା କରାଯାଇଛି।
ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୭୩୯୧୧କୁ ବୃଦ୍ଧି ପାଇଛି ।  ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଭାରତରେ ସୁସ୍ଥ ସଂଖ୍ୟା ସବୁଠୁ ଅଧିକ ରହିଛି। ଆମେରିକାରେ ୬୧୦୩୬୦୫ଜଣ ସୁସ୍ଥ ହୋଇଥିବା ବେଳେ ଭାରତରେ ୭୫,୪୪,୭୯୮ଜଣ ସୁସ୍ଥ ହୋଇଛନ୍ତି। ତେବେ ଆମେରିକାର ମୃତ୍ୟୁ ସଂଖ୍ୟା ଭାରତଠାରୁ ଅଧିକ ରହିଛି। ଆମେରିକାରେ ୨୩୬୪୭୧ଜଣ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ୧,୨୨,୬୦୭ ଜଣ ମୃତ୍ୟୁବରଣ କରିସାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe