କନକ ବ୍ୟୁରୋ : ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ କେସ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ୧ଲକ୍ଷ ୧୪ ହଜାର ୬୧୦ରେ ପହଂଚିଛି । ୨୪ ଘଂଟାରେ ୫୫ ହଜାର ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୫୭୯ ଜଣଙ୍କ ଜୀବନହାନି ହୋଇଛି ।
ଦେଶରେ କରୋନା ସଂକ୍ରମିତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୭ ଲକ୍ଷ ୭୨ ହଜାର ୫୫ଜଣ । କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ୬୬ ଲକ୍ଷ୬୩ ହଜାର ୬୦୮ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/3-18.jpg)