ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ ।

Advertisment
ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ ।

TOPSHOT - Firefighters inspect collapsed wooden houses in Wajima, Ishikawa prefecture on January 2, 2024, a day after a major 7.5 magnitude earthquake struck the Noto region in Ishikawa prefecture in the afternoon. Japanese rescuers battled against the clock and powerful aftershocks on January 2 to find survivors of a major earthquake that struck on New Year's Day, reportedly killing more than 20 people and leaving a trail of destruction. (Photo by Kazuhiro NOGI / AFP) (Photo by KAZUHIRO NOGI/AFP via Getty Images)

କନକ ବ୍ୟୁରୋ: ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ କୋଠା ଭୁଶୁଡି ପଡିଥିବା ବେଳେ ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସାମ୍ନାକୁ ଆସୁଛି ଦୃଦୟ ବିଦାରକ ଦୃଶ୍ୟ । ତେବେ ନୂଆବର୍ଷ ଅବସରରେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ଜାପାନରେ ଆସିଥିବା ଭୂମିକମ୍ପ । ହଜାର ହଜାର ଘର ଭୁଶୁଡି ପଡିଥିବା ବେଳେ ଭୂମିକମ୍ପ ପରେ ଆସିଥିବା ସୁନାମୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ୱାଜିମା, କାନା-ୱାଜା ଓ ଟୋ-ୟୋମା ଆଦି ସ୍ଥାନରେ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିବା ସହିତ ଘରଦ୍ୱାର ଭସାଇ ନେଇଥିବା ଦେଖିବାକୁ ମିଳିଛି । ଲୋକେ ଏବେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି । ଭୂମିକମ୍ପ ଯୋଗୁଁ ଉତ୍ତର କୋରିଆ, ଦକ୍ଷିଣ କୋରିଆ ଏବଂ ଋଷିଆର ପୂର୍ବାଞ୍ଚଳରେ ଥିବା ବ୍ଲାଡି-ଭୋଷ୍ଟକ ଏବଂ ନା-ଖୋଡକା ସହରରେ ମଧ୍ୟ ସୁନାମୀ ସତର୍କତା ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe