ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ସଂକ୍ରମଣ ସଂଖ୍ୟା ୩୪ ଲକ୍ଷ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୬୨ ହଜାର ଛୁଇଁଲାଣି

ଦେଶରେ ଦିନକରେ ୨୮,୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮୮ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି

କନକ ବ୍ୟୁରୋ : ଦେଶରେ ବଢ଼ିବାର ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦେଶରେ ବଢ଼ିବାର ଲାଗିଛି । ସଂକ୍ରମଣ ସଂଖ୍ୟା ଦେଶରେ ୩୪ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୨ ହଜାର ପରେ ରହିଛି । ଗତ ୨୪ ଘଂଟାରେ ଦେଶରେ ୭୬ ହଜାର ୪୭୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ରେ ପହଂଚିଛି ।

ସେହିପରି ଗତ ୨୪ ଘଂଟାରେ ୧ ହଜାର ୨୧ଜଣଙ୍କ କରୋନା ମହାମାରୀରେ ଜୀବନ ଯାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୬୨ ହଜାର ୫୫୦ରେ ପହଂଚିଛି । ଦେଶରେ ଏବେ ୨୬ ଲକ୍ଷ ୪୮ ହଜାର ୯୯୯ଜଣ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ସଂକ୍ରମଣ ସଂଖ୍ୟା ୭ ଲକ୍ଷ ୫୨ ହଜାର ୪୨୪ ରହିଛି । ମହାରାଷ୍ଟ୍ରରେ କରୋନାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ଼ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe