କନକ ବ୍ୟୁରୋ : ଦେଶରେ ବଢ଼ିବାର ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦେଶରେ ବଢ଼ିବାର ଲାଗିଛି । ସଂକ୍ରମଣ ସଂଖ୍ୟା ଦେଶରେ ୩୪ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୨ ହଜାର ପରେ ରହିଛି । ଗତ ୨୪ ଘଂଟାରେ ଦେଶରେ ୭୬ ହଜାର ୪୭୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ରେ ପହଂଚିଛି ।
ସେହିପରି ଗତ ୨୪ ଘଂଟାରେ ୧ ହଜାର ୨୧ଜଣଙ୍କ କରୋନା ମହାମାରୀରେ ଜୀବନ ଯାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୬୨ ହଜାର ୫୫୦ରେ ପହଂଚିଛି । ଦେଶରେ ଏବେ ୨୬ ଲକ୍ଷ ୪୮ ହଜାର ୯୯୯ଜଣ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ସଂକ୍ରମଣ ସଂଖ୍ୟା ୭ ଲକ୍ଷ ୫୨ ହଜାର ୪୨୪ ରହିଛି । ମହାରାଷ୍ଟ୍ରରେ କରୋନାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ଼ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/3-11.jpg)