କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣ କିନ୍ତୁ ବଢୁଛି ମୃତ୍ୟ ସଂଖ୍ୟା । ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ପାରକରିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ସେପଟେ ଦେଶରେ ଆରୋଗ୍ୟ ହାର ୯୫.୪୯ ପ୍ରତିଶତ ଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୁଚନା ମିଳିଛି ।

Advertisment

ଦେଶରେ ଧିମାଉଛି କରୋନା ସଂକ୍ରମଣ । ହେଲେ କମିବାର ନାଁ ନେଉନି କୋଭିଡ ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ଭାରତରେ
- ୧, ୪୯,୩୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
- କରୋନା ମହାମାରୀରେ ୧,୦୭୨ ଜଣଙ୍କ ମୃତ୍ୟୁ ହୋଇଛି

ଏହାକୁ ମିଶାଇ ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୫୫ ରେ ପହଂଚିଛି । ଏହା ସହିତ କରୋନା ମହାମାରୀରେ ମୃତ୍ୟୁ ସଂଖ୍ୟା ତାଲିକାରେ ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ପହଁଚିଛି ଭାରତ । କରୋନା ଜନିତ ମୃତ୍ୟୁରେ ଆମେରିକା ପ୍ରଥମ ଥିବା ବେଳେ ବ୍ରାଜିଲ ଦ୍ୱିତିୟ ରେ ରହିଛି । ସେହିପରି ଭାରତର ସଂଖ୍ୟା ତୃତିୟ ସ୍ଥାନରେ ରହିଛି ।

- ଆମେରିକାରେ ୮,୯୬,୫୫୭ ଜଣ ରୋଗୀ କରୋନା କାରଣରୁ ପ୍ରାଣ ହରାଇଛନ୍ତି
- ବ୍ରାଜିଲରେ ୬,୩୦,୩୦୧ ଜଣ ରୋଗୀଙ୍କ କୋଭିଡରେ ମୃତ୍ୟୁ ହୋଇଛି
- ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫,୦୦,୦୫୫ ରେ ପହଂଚିଛି

କରୋନାର ତୃତୀୟ ଲହରକୁ ସାମ୍ନା କରୁଛି ଦେଶ । ଲଗାତାର ଗୋଟିଏ ସପ୍ତାହ ଧରି କରୋନା ମାମଲା ଏକ ଲକ୍ଷ ଉପରେ ରହୁଛି । ଯାହାକୁ ନେଇ ସରକାର ମଧ୍ୟ ବିଭିନ୍ନ ସତର୍କ ସୂଚନା ଜାରି କରିଛନ୍ତି । କିନ୍ତୁ ଆଶ୍ୱସ୍ତିକର କଥା ଯେ ତୃତିୟ ଲହରରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକ ଖୁବ ଶୀଘ୍ର ସୁସ୍ଥ ମଧ୍ୟ ହେଉଛନ୍ତି । ସେହିପରି ବହୁତ କମ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତି ହେବାକୁ ପଡୁଛି । ଦେଶରେ ଗତ ୨୪ ଘଂଟାରେ ୨ ଲକ୍ଷ ୪୬ ହଜାର ୬୭୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଦେଶରେ ଆରୋଗ୍ୟ ହାର ୯୫. ୩୯ ପ୍ରତିଶତ ରହିଥିବା କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରାଳୟର ତଥ୍ୟରୁ ଜଣାପଡିଛି ।

କରୋନା ମହାମାରୀ ସହିତ ଲଢେଇ ଏବେ ମଧ୍ୟ ଜାରି ରହିଛି । ମାକ୍ସ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ଅଧିକ ଭିଡ ନ କରିବା ଓ କରୋନା ସମସ୍ତ ଗାଇଡଲାଇନ କୁ ପାଳନ କଲେ ହିଁ ଦେଶ ମହାମାରୀ କବଳରୁ ମୁକୁଳି ପାରିବ ବୋଲି ବିଶେଷଜ୍ଞମାନେ କହି ଆସୁଛନ୍ତି ।