କରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା । ମନାଇଥିଲେ ୨୪ତମ ଜନ୍ମଦିନ । କିଛି ଘଂଟାର ବ୍ୟବଧାନରେ ଆଖିବୁଜିଲେ ଯାଆଁଳା ଭାଇ

725

କନକ ବ୍ୟୁରୋ: କରୋନାରେ ଯାଁଳା ଭାଇଙ୍କ ନିଧନ ଖବର ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ଉତରପ୍ରଦେଶର ମେରଟହ ଯାଁଳା ଭାଇଙ୍କ ଜନ୍ମ ଗୋଟିଏ ଦିନରେ ହୋଇଥିବା ବେଳେ ମୃତ୍ୟୁ ମଧ୍ୟ ଗୋଟିଏ ଦିନରେ ହୋଇଛି । ମାତ୍ର ୨୪ ବର୍ଷ ବୟସରେ କରୋନାରେ ପୀଡିତ ପରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଭାଇଙ୍କର ଜୀବନ ଚାଲିଗଲା । ମାତ୍ର କିଛି ଦିନ ପୂର୍ବେ ଦୁଇ ନିଜ ଜନ୍ମଦିନ ପାଳନ କରିଥିଲେ । ଜନ୍ମରେ କେବଳ ୩ ମିନିଟର ବ୍ୟବଧାନ ।

ଆଉ କିଛି ଘଂଟା ଭିତରେ ୨ ଭାଇ ଡକାଡକି ହୋଇ ଛାଡି ଚାଲିଗଲେ ଦୁନିଆ । ଏକାସଙ୍ଗେ ପାଠ ପଢିବା ଠାରୁ ଆରମ୍ଭ କରି ଖେଳିବା, ବୁଲିବା ସବୁ କିଛି କରିଥିଲେ । କିନ୍ତୁ ଏହି ହସଖୁସି ବେଶୀ ଦିନ ରହିପାରିଲା ନାହିଁ । ବିଧିର ବିଧାନ ଥିଲା କିଛି ଅଲଗା । ୨ ଭାଇ ଏକାସଙ୍ଗେ ଡକାଡକି ହୋଇ ଆର ପାରିିକୁ ଚାଲିଗଲେ । ଏକା କଲେଜରେ କମ୍ପୁଟର ଇଞ୍ଜିନିୟରି କଲେ । ଏବଂ ହାଇଦାବାଦରେ ଏକା ସଙ୍ଗେ ଚାକିରି ମଧ୍ୟ କରୁତିଲେ । କେବଳ ଏତିକି ନୁହେଁ ୨ ଭାଇ ବିଦେଶ ଯିବା ପାଇଂ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ।

କିନ୍ତୁ ୨୪ ଏପ୍ରିଲକୁ ୨ ଜଣଙ୍କୁ କରୋନା ହୋଇଗଲା । ପରେ ୨ ଜଣଙ୍କୁ ଘରେ ଚିକିସ୍ତା କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ମେ ୧୩ ତାରିଖରେ ଜଣେ ଭାଇର ମୃତ୍ୟୁ ହୋଇଥିବା ବେଳେ ପରଦିନ ଆଉ ଜଣେ ଭାଇର ମୃତ୍ୟୁ ହୋଇଗଲା ।