ଭୁବନେଶ୍ୱର କୋଳଥିଆ ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ। ପିଟିପିଟି ମାରି ଦେଇଥିବା ଅଭିଯୋଗରେ ଥାନାରେ ଏତଲା।

ଭୁବନେଶ୍ୱର କୋଳଥିଆ ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ। ପିଟିପିଟି ମାରି ଦେଇଥିବା ଅଭିଯୋଗରେ ଥାନାରେ ଏତଲା।

କନକ ବ୍ୟୁରୋ: ନାଁ- ରାଜୀବ ଶ୍ରୀଚନ୍ଦନ, ବୟସ--୩୮ବର୍ଷ । ଘର-ଭୁବନେଶ୍ୱର ଡୁମଡୁମା । ଘରେ ବାପା ଓ ଭାଇ ଆରପାରିରେ । ପରିବାର କହିଲେ ମା’ ଓ ରାଜୀବ । ରାଜୀବ ଚାକିରି କରନ୍ତି । ହେଲେ ଧୀରେ ଧୀରେ ସେ ନିଶା କବଳରେ ପଡ଼ିଗଲେ । ହେଲେ ସେ ନିଜକୁ ସୁଧାରିବାକୁ ପଣ କଲେ, ଆଉ କୋଳଥିଆ ନିଷ୍ଠା ନିଶା ନିବାରଣ କେନ୍ଦ୍ରକୁ ଗଲେ ସୁଧାର ପାଇଁ । ଗତ ସପ୍ତାହ ତଳେ ସେ ନିଶା ନିବାରଣ କେନ୍ଦ୍ରରେ ଭର୍ତି ହୋଇଥିଲେ । ହେଲେ ଏଠାକୁ ଆସିବା ପୂର୍ବରୁ ନିଜ ସାଙ୍ଗକୁ କହିଥିଲେ ମା’ଙ୍କ ଦେଖାରଖା କରିବାକୁ । ରାଜୀବ କହିଥିଲେ ଶୀଘ୍ର ଭଲ ହୋଇ ଫେରିଆସିବେ । ହେଲେ ସେ ଆଉ ଫେରିଲେନି । ନିଶା ନିବାରଣ କେନ୍ଦ୍ରରୁ ସନ୍ଦେହ ଜନକ ଅବସ୍ଥାରେ ତାଙ୍କର ମୃତଦେହ ମିଳିଲା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ବନ୍ଧୁ । ରାଜୀବଙ୍କୁ ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ନିଷ୍ଠା ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଅସୁସ୍ଥତା କାରଣରୁ ରାଜୀବଙ୍କ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ସବୁ ସତ ସାମ୍ନାକୁ ଆସିବ ବୋଲି ନିଷ୍ଠା ନିବାରଣ କେନ୍ଦ୍ର କାଉନସେଲର କହିଛନ୍ତି । ନିଶା କବଳରୁ ମୁକ୍ତି ପାଇ ଭଲ ରାସ୍ତାକୁ ଫେରିବାକୁ ନିଶାଗ୍ରସ୍ତ ବ୍ୟକ୍ତି ନିଶା ନିବାରଣ କେନ୍ଦ୍ରକୁ ଯାଆନ୍ତି । ହେଲେ ଏବେ ନିଶା ନିବାରଣ କେନ୍ଦ୍ରକୁ ନେଇ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି । ଗତମାସରେ ଖୋର୍ଦ୍ଧା ଯାଆଁଳ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ କେମିତି ଅମାନବୀୟ ଭାବେ ମାଡ଼ ମରାଯାଉଥିଲା, ତାର ଭିଡିଓ ଭାଇରାଲ ହୋଇଥିଲା । ଏହାସହ କିପରି ନିଶା ନିବାରଣ କେନ୍ଦ୍ର ଆଳ କରି ନିର୍ଯାତନା ଦିଆଯାଉଛି ତାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲ । ଅକ୍ଟୋବର ୧୭ରେ ପୁରୁଣା ଭୁବନେଶ୍ୱର ନିବାସୀ ବିଷ୍ଣୁ ଚରଣ ସାହୁ ଅଭିଯୋଗ ଆଣିଥିଲେ ଯେ, ସମ୍ପତି ହଡ଼ପ ପାଇଁ ନିଶାନିବାରଣ କେନ୍ଦ୍ରରେ ଭର୍ତି କରିଥିଲେ ତାଙ୍କ ନିଜ ଭାଇ । ୧୧ ମାସ ଧରି ଅକଥନୀୟ ଅତ୍ୟାଚାର ସହିବା ପରେ ଜମି ରେଜେଷ୍ଟ୍ରୀ କରିବା ପରେ ମୃତ୍ୟୁ ଯନ୍ତାରୁ ମୁକୁଳିଥିଲେ । ନିଶା ନିବାରଣ କେନ୍ଦ୍ର ଗୁଡ଼ିକ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢ଼ୁଥିବା ବେଳେ ପ୍ରଶାସନର କଡ଼ା ନଜର ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe