କନକ ବ୍ୟୁରୋ: ନନ୍ଦନକାନନରେ ଆଫ୍ରିକାନ୍ ସିଂହୀ ଗଙ୍ଗାର ମୃତ୍ୟୁର ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ନନ୍ଦନକାନନ କର୍ତୃପକ୍ଷଙ୍କ କହିବା ଅନୁସାରେ, ବିଷାକ୍ତ ସାପ କାମୁଡିବାରୁ ସିଂହୀର ମୃତ୍ୟୁ ହୋଇଛି । ସାପର ବିଷ କାଟିବାକୁ ପଶୁଙ୍କୁ ଆଂଟି-ଭେନମ ଦିଆଯାଇଥାଏ । ଆଉ ସାପ କାମୁଡିଥିବା ଜଣାପଡିବା ପରେ ସିଂହିକୁ ଏକ ଘଣ୍ଟା ଭିତରେ ୧୦ଟି ଆଂଟି ଭେନମ ଦିଆଯିବା କଥା । କିନ୍ତୁ ପ୍ରାଣୀଉଦ୍ୟାନରେ ଥିଲା ମାତ୍ର ୩ଟି ଆଂଟି ଭେନମ । ଅଧିକ ଆଂଟି ଭେନମ ଆବଶ୍ୟକତା ପଡୁଥିବାରୁ ଅନ୍ୟ ଡାକ୍ତରଖାନାକୁ ଡାକ୍ତରୀ ଦଳ ଆଣିବାକୁ ଯାଉଥିଲେ । ଆଉ ଚିକିତ୍ସା ଚାଲିଥିବା ସମୟରେ ଆଖି ବୁଜିଦେଲା ସିଂହୀ । ଆଉ ସବୁ କିଛି ସରିଯିବା ପରେ ଅଧିକ ଆଂଟି ଭେନମ ନେଇ ପଂହଚିଥିଲା ଟିମ ।

Advertisment
  • ଚିକିତ୍ସାରେ ଅବହେଳା ନେଇ ଉଠିଲା ଅଭିଯୋଗ
  • କାହିଁକି ନଥିଲା ପର୍ଯ୍ୟାପ୍ତ ପରିମାଣର ଆଂଟି ଭେନମ?

ସିଂହୀକୁ ସାପ କାମୁଡିବା ଦୁର୍ଘଟଣା ହୋଇଥାଇପାରେ । କିନ୍ତୁ ତାକୁ ବଞ୍ଚାଇବାକୁ ନେଇ ନନ୍ଦନକାନନ କର୍ତୃପକ୍ଷଙ୍କ ଉଦ୍ୟମ ଉପରେ ଅନେକ ପ୍ରଶ୍ନ କରିଛନ୍ତି । ଏତେ ବଡ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟାପ୍ତ ପରିମାଣର ଆଂଟି ଭେନମ ନଥିବା ନେଇ ବି ପ୍ରଶ୍ନ ଉଠିଛି । ଏ ନେଇ ନନ୍ଦନକାନନ ଥାନାରେ ପ୍ରାଣୀବିଜ୍ଞାନ ଉଦ୍ୟାନ କର୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛି ଆନିମାଲ ୱେଲଫେୟାର ଟ୍ରଷ୍ଟ ।

ତେବେ ନନ୍ଦନକାନନରେ ପଶୁପକ୍ଷୀଙ୍କ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଛି । ଆଉ କ୍ୟାମେରା ଲାଗିଥିବା ସତ୍ୱେ ସିଂହୀ ପାଖକୁ ସାପ ଆସିବା ନନ୍ଦନକାନନ କର୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ ସେ ଉପରେ ପ୍ରଶ୍ନ ଉଠିଛି ।