କନକ ବ୍ୟୁରୋ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହଠାତ ମୃତ୍ୟୁ ଘଟଣା ଅନେକ ପ୍ରଶ୍ନ ଉଠାଇଛି । କେମିତି ହେଲା ଦୁର୍ଘଟଣା? ପ୍ରକୃତରେ ଏହା ଏକ ଦୁର୍ଘଟଣା ଥିଲା ନା ହତ୍ୟା? ରଇସିଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସବୁଠୁ ଅଧିକ ଫାଇଦା? କାହା ହାତକୁ ଆସିବ ସମଗ୍ର ଇରାନ? କ୍ଷମତା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ରର ଥିଲା କି? ଏଭଳି ଅନେକ ପ୍ରଶ୍ନ ଭିତରେ ଏବେ ଇରାନର ସୁପ୍ରିମଲିଡର ଆୟାତୁଲ୍ଲା ଖାମେନୀଙ୍କ ପୁଅ ମୋଜତାବାଙ୍କ ହାତ ଥିବା କୁହାଯାଉଛି ।
ଆୟାତୁଲ୍ଲାଙ୍କ ୮୫ବର୍ଷ ହେଲାଣି ଓ ସେ କର୍କଟ ରୋଗରେ ପୀଡିତ ଅଛନ୍ତି । ଏଭଳି ସ୍ଥିତିରେ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ଚିନ୍ତାରେ ସୁପ୍ରିମଲିଡର । ଏବେ ସୁଦ୍ଧା ଇବ୍ରାହିମଙ୍କ ଖାମେନିଙ୍କ ଉତ୍ତରାଧିକାରୀ କୁହାଯାଉଥିଲା । ତେବେ ତାଙ୍କ ମୃତ୍ୟୁ ପରେ ମୋଜତାବାଙ୍କ ରାସ୍ତା ସଫା ହୋଇଥିବା ଇରାନରେ ଏବେ ଚର୍ଚ୍ଚା ହେଉଛି । ଇରାନ ଗଣମାଧ୍ୟରେ ଚର୍ଚ୍ଚା ହେଉଛି ବାପାଙ୍କ ଗାଦିରେ ବସିବାକୁ ଇଚ୍ଛା ରଖିଛନ୍ତି ମୋଜତାବା । ଇବ୍ରାହିମ ରଇସି ଉତ୍ତରାଧିକାରୀ ଥିବାରୁ ଏହାକୁ ପସନ୍ଦ କରୁନଥିଲେ । ତେଣୁ ଦୁର୍ଘଟଣା ଥିଓରୀ ପଛରେ ତାଙ୍କ ହାତ ଥାଇପାରେ । ତଥାପି ମୋଜତାବାଙ୍କ ପାଇଁ ସର୍ବୋଚ୍ଚ ନେତା ହେବା ଏତେ ସହଜ ନୁହେଁ । ଇରାନ ସମ୍ବିଧାନିକ ପ୍ରତିବନ୍ଧକ ରହିଛି ।
- ଦୁର୍ଘଟଣାର କାରଣ ଖୋଜୁଛି ଇରାନ
- ମୋଖବେର କାମଚଳା ରାଷ୍ଟ୍ରପତି
ହେଲିକପ୍ଟର ଦୁର୍ଘଟଣାର ଯାଂଚ ପାଇଁ ଇରାନ ସରକାର କିମିଟି ଗଠନ କରିଛନ୍ତି । ସଶସ୍ତ୍ର ବଳର ମୁଖ୍ୟ ଜେନେରାଲ ବଘେରୀ ଏହାର ଯାଂଚ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଗେଡିୟର ଅଲ୍ଲୀ ଅବ୍ଦୁଲ୍ଲାହୀଙ୍କ ନେତୃତ୍ୱରେ ଦୁର୍ଘଟଣା ସ୍ଥଳରେ ଆରମ୍ଭ ହୋଇଛି ତଦନ୍ତ । ସେପଟେ ଇରାନରେ ରାଜନୈତିକ ଅସ୍ଥିରତା ଦେଖାଯିବା ଭୟରେ ଉପରାଷ୍ଟ୍ରପତି ମହମ୍ମଦ ମୋଖବେରଙ୍କୁ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ଦିଆ ଯାଇଛି । ୫୦ଦିନ ଭିତରେ ନିର୍ବାଚନ କରାଯାଇ ନୂଆ ରାଷ୍ଟ୍ରପତିଙ୍କୁ ବାଛିବ ଇରାନ ।
- ଇବ୍ରାହିମଙ୍କ ମୃତ୍ୟୁରେ ପ୍ରଭାବିତ ହେବ ସାରା ବିଶ୍ୱ!
- ବଢ଼ିପାରେ ସୁନା, ତେଲ ଦର
ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ କେବଳ ଇରାନ ଉପରେ ପ୍ରଭାବ ପକାଇନି ବଂର ସାରା ବିଶ୍ୱକୁ ପ୍ରଭାବିତ କରିପାରେ । ଆଶଙ୍କା କରାଯାଉଛି ସୁନା, ତେଲ ଦର ବୃଦ୍ଧି ହୋଇପାରେ । ମୃତ୍ୟୁ ଖବର ପରେ ଦେଶରେ ଦର ବୃଦ୍ଧି ହୋଇସରିଲାଣି । ସାରା ବିଶ୍ୱରେ ତେଲ ଉତ୍ପାଦନ କ୍ଷେତ୍ରରେ ଇରାନ ସବୁଠୁ ବଡ ଦେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/40-9.jpg)