ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଦିନକୁ ଦିନ ନେଉଛି ନୁଆ ମୋଡ : ସୁପ୍ରିମକୋର୍ଟରେ ଗାର୍ଲଫ୍ରେଣ୍ଡ ରିୟା କହିଲେ, ଡିପ୍ରେସନରେ ଥିଲେ ସୁଶାନ୍ତ ; ବିହାର ବାହାରେ ମୁମ୍ବାଇରେ ହେଉ ତଦନ୍ତ

319

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ତାଙ୍କ ବାପା ବିହାରର ଏଫଆଇର ରୁଜୁ କରିବା ପରେ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ବିହାର ପୁଲିସ ତଦନ୍ତକୁ ଜୋରଦାର କରିଥିବାବେଳେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ କହିଛନ୍ତି ସୁଶାନ୍ତ ସିଂ ଡିପ୍ରେସନରେ ଥିଲେ । ତେବେ ଘଟଣାର ତଦନ୍ତ କାହିଁକି ଦୁଇଟି ସ୍ଥାନରେ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ସିବିଆଇ ତଦନ୍ତ ଦାବି କରୁଥିବା ରୟା ଘଟଣାର ତଦନ୍ତ ବିହାର ବାହାରେ ମୁମ୍ବାଇରେ କରିବାକୁ ଦାବି କରିଛନ୍ତି ।

ସେ କହିଛନ୍ତି, ବିହାରରେ ଘଟଣାର ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ । ସୁପ୍ରିମକୋର୍ଟରେ ଦାୟର ଆବେଦନରେ ରିଆ କହିଛନ୍ତି, ସେ ସୁଶାନ୍ତଙ୍କ ସହ ଲିଭ ଇନରେ ଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ ମିଳୁଛି ବୋଲି ରିଆ ଚକ୍ରବର୍ତୀ ଅଭିଯୋଗ ଆଣିଛନ୍ତି ।