କରୋନା ମୃତ୍ୟୁ ନେଇ କର୍ଣ୍ଣାଟକରୁ ଆସିଲା ସାଂଘାତିକ ସତ । କୌଣସି ରୋଗରେ ଆକ୍ରାନ୍ତ ନଥାଇ ୩୦ ପ୍ରତିଶତ କରିଛନ୍ତି ମୃତ୍ୟୁବରଣ ।

Advertisment
କରୋନା ମୃତ୍ୟୁ ନେଇ କର୍ଣ୍ଣାଟକରୁ ଆସିଲା ସାଂଘାତିକ ସତ । କୌଣସି ରୋଗରେ ଆକ୍ରାନ୍ତ ନଥାଇ ୩୦ ପ୍ରତିଶତ କରିଛନ୍ତି ମୃତ୍ୟୁବରଣ ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହାର ଚିନ୍ତା ଜନକ ଭାବେ ବଢିଛି । କର୍ଣ୍ଣାଟକରେ କରୋନା ଜନିତ ମୃତ୍ୟୁକୁ ନେଇ ନୂଆ ତଥ୍ୟ ଆସିଛି । ପୂର୍ବରୁ ଏକାଧିକ ଜଟିଲ ରୋଗରେ ପୀଡିତ ବ୍ୟକ୍ତି ସଂକ୍ରମିତ ହେଲେ ମୃତ୍ୟୁ ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞ କହୁଥିଲେ । ହେଲେ କର୍ଣ୍ଣାଟକରେ ୩୦ ପ୍ରତିଶତ ମୃତକ କୌଣସି ଜଟିଳ ରୋଗରେ ପୀଡିତ ନଥିବା ଜଣାପଡିଛି । ଯାହା କରୋନା ଜନିତ ମୃତ୍ୟୁକୁ ନେଇ ଭିନ୍ନ ତଥ୍ୟ ଦେଇଛି ତା ନୁହେଁ କରୋନାର ଭୟବହତା ଓ କେତେ ମାରାତ୍ମକ ତାହା ସାମ୍ନାକୁ ଆଣିଛି ।

ଦୈନିକ କର୍ଣ୍ଣାଟକରେ ଅନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ହୋଇନଥିବା ୫୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି । ଗୁରୁବାର ରାଜ୍ୟରେ ୨୭୦ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିଲା, ସେମାନଙ୍କ ମଧ୍ୟରୁ ୯୨ ସଂକ୍ରମିତ ଏକାଧିକ ରୋଗରେ ପୀଡିତ ନଥିଲେ । ଆଉ ସେମାନଙ୍କ ମଧ୍ୟରୁ ୩୮ ଜଣ ୫୦ ବର୍ଷରୁ କମ ବୟସ୍କ ରହିଥିଲେ । ଏପରିକି ୨୫ରୁ ୩୦ ବର୍ଷ ବୟସ୍କ ଯୁବକମାନେ ମଧ୍ୟ ସଂକ୍ରମିତ ହୋଇ କେଇ ଘଂଟା ଭିତରେ ଜୀବନ ହରାଇଥିବା ସୂଚନା ମିଳିଛି । ଏପ୍ରିଲ ୨୧ରୁ ଏପ୍ରିଲ ୨୭ ତାରିଖରେ କର୍ଣ୍ଣାଟକରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟାର ୩୦ ପ୍ରତିଶତ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ନଥିଲେ

ତେବେ ଭୁତାଣରୁ ମ୍ୟୁଟାଂଟ ବା ନୂଆ ପ୍ରଜାତିରେ ସଂକ୍ରମିତ ଯୋଗୁଁ ଏପରି ମୃତ୍ୟୁ ଘଟୁଥିବା ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ ବୟସ ମଣିଷକୁ କରୋନା ବିରୋଧରେ କୌଣସି ପ୍ରତିଶେଧକ ଦିଏ ନାହିଁ । ତେଣୁ ବୟସ୍କ ସହ ଯୁବକମାନେ ମଧ୍ୟ କରୋନା ପ୍ରତି ସତର୍କ ହେବା ଆବଶ୍ୟକ ବୋଲି ବରିଷ୍ଠ ଚିକିତ୍ସକ ମତ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe