କନକ ବ୍ୟୁରୋ : ଆୟକର ରିଟର୍ନ ସମୟ ସୀମାକୁ ପୁଣିଥରେ ବୃଦ୍ଧି କରିଛନ୍ତି ଆୟକର ବିଭାଗ । ବ୍ୟକ୍ତିଗତ ଆୟକର ରିଟର୍ନ ସମୟ ସୀମା ନଭେମ୍ବର ୩୦ ପରିବର୍ତେ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି । ଯେଉଁମାନଙ୍କ ଟାସ୍କ ୧ ଲକ୍ଷ ଟଙ୍କାରୁ କମ ରହିଛି, ସେମାନେ ଡିସେମ୍ବର ୩୧ ସୁଦ୍ଧା ଆୟକର ରିଟର୍ନ ଦାଖଲ କରିବେ । ତେବେ ଯେଉଁମାନଙ୍କ ଆକାଉଂଟ ଅଡିଟ୍ ହେବାର ରହିଛି, ସେମାନଙ୍କ ପାଇଁ ଆସନ୍ତାବର୍ଷ ଜାନୁୟାରି ୩୧ ତାରିଖ ରହିଛି ଡେଡ୍ଲାଇନ୍ ।

Advertisment

ପୂର୍ବରୁ ଏହା ଅକ୍ଟୋବର ୩୧ ତାରିଖ ରହିଥିଲା । ଅର୍ଥାତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେମାନେ ଜାନୁୟାରି ୩୧ ସୁଦ୍ଧା ଆୟକର ରିଟର୍ନ ଦାଖଲ କରିପାରିବେ । କରୋନା ମହାମାରୀ ଯୋଗୁଁ କରଦାତାମାନେ ବିିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଏପରି ନିଷ୍ପତି ନିଆଯାଇଛି ।
ଆୟକର ରିଟର୍ନ ଭରିବାକୁ କରଦାତାଙ୍କୁ ଅଧିକ ସମୟ ଦେବାକୁ ଏପରି କରାଯାଇଥିବା କହିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ । ସେହିପରି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଜିଏସଟି ଦାଖଲ ସମୟ ସୀମା ମଧ୍ୟ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ଅକ୍ଟୋବର ୩୧ ତାରିଖ ରହିଥିଲା ।