ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । 

136

କନକ ବ୍ୟୁରୋ: ଜୁନ ୩୦ ଯାଏଁ ବଢିଲା ଆଧାର ଓ ପ୍ୟାନ ଲିଙ୍କ । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ମୋଦି ସରକାର ଜୁନ ୩୦ ପର୍ଯ୍ୟନ୍ତ ଆଧାର ସହିତ ପାନ୍ କାର୍ଡ ଲିଙ୍କ ଅବଧି ବଢାଇ ଦେଇଛନ୍ତି । ପୂର୍ବରୁ ଆଜି ଅର୍ଥାତ ମାର୍ଚ୍ଚ ୩୧ ତାରିଖ ଏଥିପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯେଉଁମାନେ ଆଜି ପର୍ଯ୍ୟନ୍ତ ଆଧାର-ପାନ ଲିଙ୍କ କରିନଥିଲେ ସେମାନେ ଆଉ ୩ମାସ ସମୟ ରିହାତି ପାଇଛନ୍ତି । ଏ ସମୟ ଭିତରେ ସେମାନେ ଉଭୟ କାର୍ଡ ଲିଙ୍କ କରିବାପାଇଁ ଆହ୍ୱାନ ଦିଆଯାଇଛି ।