କନକ ବ୍ୟୁରୋ : ମରିଗଲା ମାନବିକତା । ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ମାଆର ମୃତଦେହକୁ ମିଳିଲାନି କାନ୍ଧ । ଟ୍ରଲିରେ ମୃତ ଶରୀରକୁ ବୋହି ଶ୍ମଶାନ ନେଲେ ସମ୍ପର୍କୀୟ ପୁତୁରା । ସମ୍ବଲପୁର କୁଚିଣ୍ଡା ଏନଏସିର ୫ ନମ୍ବର ୱାର୍ଡରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ ।
୭୦ ବର୍ଷୀୟା ଗୋମତୀ ଛତ୍ରୀଆଙ୍କ ମୃତ୍ୟୁ ପରେ ୫୫୦ କିଷାନ ଜାତି ସମାଜ ମୃତଦେହକୁ କାନ୍ଧ ଦେବାପାଇଁ ମନା କରିଦେଇଥିବା ଅଭିଯୋଗ କରିଛନ୍ତି ଗୋମତଙ୍କ ପୁତୁରା ଶୁଶାନ୍ତ ଛତ୍ରିଆ । ଫଳରେ ବାଧ୍ୟ ହୋଇ ସେ ଟ୍ରଲିରେ ମୃତଦେହକୁ ମଶାଣିକୁ ନେଇଥିଲେ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କିଷାନ ଜାତି ସମାଜର ଜିଲ୍ଲା ସଭାପତି ପଂଚାନନ ପ୍ରଧାନ । ମୃତକଙ୍କ ପରିବାର ଜାତି ସମାଜରେ ଚଳୁ ନଥିବା ସେ କହିଛନ୍ତି । ଘଟଣାକୁ ଦଃୁଖଦ କହିବା ସହ ଏ ସମ୍ପର୍କରେ ଜଣାଇଥିଲେ ସହଯୋଗ ମିଳିଥାନ୍ତା ବୋଲି ସେ କହିଛନ୍ତି ।