କନକ ବ୍ୟୁରୋ: ସୁନ୍ଦରଗଡ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଲମଟି ଗାଁର ୪୯ ବର୍ଷିୟ ଦେବାନନ୍ଦ ସୁନ୍ୟାନି । ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟା କାରଣ ଜଣାପଡିନାହିଁ । ଆଜି ସକାଳୁ ସ୍କୁଲ ନିକଟରେ ଦେବାନନ୍ଦଙ୍କ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ବାହାରେ ଗଛତଳେ ଏକ ମଶିଣା ଉପରେ ଦେବାନନ୍ଦଙ୍କ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ଏବେ ହତ୍ୟା ଘଟଣାକୁ ନେଇ ଅଧିକ ଛାନଭିନ୍ କରୁଛି ।