କନକ ବ୍ୟୁରୋ: ବ୍ରହ୍ମପୁରରେ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡିଯାଇଥିଲେ ଛାତ୍ରୀ । ମୃତ ଛାତ୍ରୀ ଜଣଙ୍କ ହେଲେ ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ । ଛାତ୍ରୀଙ୍କୁ ଉଦ୍ଧାର ପାଇଁ ବିମାନକୁ ନିୟୋଜିତ କରାଯାଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ସମୁଦ୍ର ଭିତରେ ବୁଡ଼ି ଯିବାର ବେଶ କିଛି ସମୟ ପରେ ଆଉ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳୁ ୫ଜଣ ସାଙ୍ଗ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ପୂର୍ବରୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଥିଲେ । ଯାତ୍ରା ଦେଖିବା ପାଇଁ ମାମୁଁଘରକୁ ଯାଇଥିବା ବେଳେ ଆଜି ସକାଳୁ ୫ ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ସମୁଦ୍ରରେ ୫ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଥିଲେ । ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଛାତ୍ରୀ ଭାସିଯାଇଥିଲେ ।