କନକ ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନି ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ଆତ୍ମହତ୍ୟା ନା ଏହା ଏକ ହତ୍ୟାକାଣ୍ଡ ସେନେଇ ଆରମ୍ଭ ହୋଇଛି ତନାଘନା । ଏହାରି ଭିତରେ ଚିନ୍ମୟୀ ପ୍ରିୟଦର୍ଶୀନିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମାଆ । ଝିଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମୃତ ଚନ୍ମୟୀଙ୍କ ମାଆ । ଗତକାଲି ରାତିରେ ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଅଚାନକ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ ଛାତ୍ରୀ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରିନଥିଲା । ୧୦ ଘଣ୍ଟାର ଖୋଜାଖୋଜି ପରେ ଅଗ୍ନିଶମ କର୍ମଚାରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲା । କଳାହାଣ୍ଡି ରାମପୁର ମଦନପୁରର ଚିନ୍ମୟୀ ପ୍ରିୟଦର୍ଶିନୀ । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତୀର୍ଣ୍ଣ ହୋଇଥିଲେ ।

Advertisment

ଗତକାଲି ସମାବର୍ତନ ଉତ୍ସବ ଥିବାରୁ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ବୁର୍ଲା ଭିସୁଟ୍ ଆସିଥିଲେ । ସେ ତାଙ୍କର ସହପାଠୀ ପ୍ରୀତିମାନ ଦେ’ଙ୍କ ସହ ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ । ବ୍ରିଜ୍ ଉପରେ ବାଇକ୍ ରଖି କଥାବାର୍ତା କରୁଥିବା ବେଳେ ଅଚାନକ ପାୱାର ଚାନେଲକୁ ଡେଇଁପଡ଼ିଥିଲେ । ପ୍ରୀତିମାନ ଏନେଇ ଭିସୁଟ୍ କର୍ତୃପକ୍ଷ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ବୁର୍ଲା ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ସେପଟେ ପୁରୁଷ ବନ୍ଧୁ ପ୍ରୀତିମାନଙ୍କୁ ଅଟକ ରଖି ପୋଲିସ୍ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।