କନକ ବ୍ୟୁରୋ: ବିଦେଶୀ ଟିକା ଫାଇଜର ଓ ମଡର୍ଣ୍ଣା ଭାରତ ଆସିବା ରାସ୍ତା ସଫା ହେଲା । ଦେଶରେ ଦ୍ରୁତ ଟିକାକରଣ ପାଇଁ ଫାଇଜର ଓ ମଡର୍ଣ୍ଣା ଟିକା ପାଇଁ କୋହଳ ନୀତି ଆପଣେଇଛନ୍ତି କେନ୍ଦ୍ର ସରକାର । ଟିକାର ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଲେ କଂପାନୀ କୌଣସି ଜରିମାନା ଦେବ ନାହିଁ । ସେହିପରି ଟିକାର ବ୍ୟବହାର ଆଗରୁ ସ୍ଥାନୀୟ ପରୀକ୍ଷଣ କରିବାକୁ ପଡିବ ନାହିଁ ।

Advertisment

ଏହି ଦୁଇଟି ଦାବିକୁ ନେଇ କେନ୍ଦ୍ର ଓ ଦୁଇ ବିଦେଶୀ ଟିକା କଂପାନୀ ମଧ୍ୟରେ ସହମତି ହୋଇପାରୁ ନଥିଲା । ହେଲେ ଟିକା ଅଭାବକୁ ପୂରଣ କରିବା ପାଇଁ ଫାଇଜର କଂପାନୀର ଏହି ୨ଟି ସର୍ତ ସହ କେନ୍ଦ୍ର ସରକାର ରାଜି ହେବା ପରେ ଏବେ ଫାଇଜର ଓ ମଡର୍ଣ୍ଣା ଟିକା ଶୀଘ୍ର ଭାରତକୁ ଆସିବାକୁ ଯାଉଛି । ଆମେରିକା, ଇଂଲଣ୍ଡ, ଜାପାନରେ ଅନୁମତି ପ୍ରାପ୍ତ ବିଦେଶୀ ଟିକା କିମ୍ବା ଡବ୍ଲୁଏଚଓ ଦ୍ୱାରା ଅନୁମତି ପ୍ରାପ୍ତ ଟିକାର ବ୍ରିଜିଂ ଟ୍ରାଏଲ ବା ସ୍ଥାନୀୟ ପରୀକ୍ଷଣ କରିବାକୁ ପଡିବ ନାହିଁ ବୋଲି କହିଛି ଡିସିଜିଆଇ ।

ଏହାପରେ ବିଦେଶୀ ଟିକା ଭାରତ ଆସିବା ପଥ ପରିସ୍କାର ହୋଇଛି । ଫାଇଜର ଆସନ୍ତା ଜୁଲାଇରୁ ଅକ୍ଟୋବର ଭିତରେ ୫ କୋଟି ଟିକା ଭାରତକୁ ମିଳିବ ବୋଲି ସୂଚନା ମିଳିଛି । ଭାରତରେ ଦ୍ରୁତ ସଂକ୍ରମଣ ସହ ଅଧିକ ଲୋକଙ୍କ ଜୀବନ ନେଉଥିବା ମହାମାରୀ ଭୁତାଣୁ ବି.ୱାନ.ସିକ୍ସ-ୱାନ-ସେଭେନ ବିରୋଧରେ ଫାଇଜର ଓ ମଡର୍ଣ୍ଣା ଟିକା ଫଳପ୍ରଦ ହେଉଥିବା କଂପାନୀ ଓ ବିଶେଷଜ୍ଞ ଦାବି କରୁଛନ୍ତି ।