କନକ ବ୍ୟୁରୋ : ବାଲେଶ୍ୱର ଓ ତିର୍ତୋଲ ପାଇଁ ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ପ୍ରଚାର ସରିବାକୁ ଆଉ ୪ ଦିନ ବାକିରହିଥିବାବେଳେ ପ୍ରଚାର ଜୋରଧରିଛି । ଏଥର କରୋନା କଟକଣା ମଧ୍ୟରେ ନିର୍ବାଚନ ହେଉଛି । ପ୍ରଚାର ପାଇଁ ସବୁ ଦଳର ନେତା ଏଠାରେ ଡେରା ପକାଇଛନ୍ତି । ବିଜେପି ସାଂସଦ ବସନ୍ତ ପଣ୍ଡା ଆଜି ସକାଳୁ ସକାଳୁ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ପ୍ରଚାର କରିଛନ୍ତି । ସେ କହିଛନ୍ତି, ବିଜେପି ଏହି ଆସନରେ ବିଜୟ ଲାଭ କରିବ ଓ ମାନସ ଦତ ନିଜ ବାପାଙ୍କ କାମକୁ ଆଗକୁ ବଢାଇବେ ।

Advertisment