କନକ ବ୍ୟୁରୋ: ଶ୍ୱଶୁର ବିରୋଧରେ ବୋହୁର ଅଭିଯୋଗ । ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବାକୁ ଶ୍ୱଶୁର ଚେଷ୍ଟା କରୁଥିବା ବୋହୂ କଲା ଅଭିଯୋଗ । ଶ୍ୱଶୁର କବଳରୁ ଖସି ଆସି ଘଟଣା ନେଇ ବୋହୂ ବାପ ଘର ଲୋକଙ୍କୁ କହିବା ପରେ କଙ୍ଗାରୁ କୋର୍ଟରେ ଶ୍ୱଶୁରକୁ ଉତ୍ତମ ମଧ୍ୟମ ଦେବା ସହ ଗୋଡ଼ ହାତ ବାନ୍ଧିଦେଲେ ଗାଁ ଲୋକ । ଉଦଳା ଥାନା ଆଠପଡ଼ା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଘରଖୁଂଟା ଥାନାରେ ଗଡ଼ିଗାଁରେ ଶ୍ୱଶୁର ଘରେ ବୋହୂ ରହୁଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଶ୍ୱଶୁର କାଳିଚରଣ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଘଟଣା ସ୍ଥଳରୁ ବୋହୂ ଖସି ପଳାଇ ଆସି ବାପ ଘରେ ଘଟଣା ନେଇ କହିଥିଲେ । ଏସବୁ ଶୁଣିବା ପରେ ଝିଅର ପରିବାର ଲୋକ ଶ୍ୱଶୁର ଓ ସ୍ୱାମୀକୁ ଆଠପଡ଼ା ଗାଁକୁ ଡାକିଥିଲେ । ସେଠାରେ ଗାଁରେ କଙ୍ଗାରୁ କୋର୍ଟ ବସାଇ ଗାଁ ଦାଣ୍ଡରେ ବେକରେ ଜୋତାମାଳ ପିନ୍ଧାଇବା ସହିତ ମାଡ଼ ମାରିଥିଲେ ଗ୍ରାମବାସୀ । ଖବର ପାଇ ଉଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।