ବୋହୂ ହେଲା ନିର୍ଦ୍ଦୟ । ଖାଇବାକୁ ମାଗିବାରୁ ସ୍ୱାମୀଙ୍କୁ କବାଟ କିଳି ବୃଦ୍ଧା ଶାଶୁକୁ ନାଳକୁ ଫିଙ୍ଗିଦେଲା ବୋହୂ

762

କନକ ବ୍ୟୁରୋ : ବୋହୂ ହେଲା ନିର୍ଦ୍ଦୟ । ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ କେନାଲକୁ ଫିଙ୍ଗିଦେଲା ବୋହୂ । ସମ୍ବଲପୁରରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା । ସ୍ୱାମୀଙ୍କୁ କବାଟ କିଳି ଶାଶୁଙ୍କୁ କେନାଲକୁ ଫିଙ୍ଗି ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ବୁର୍ଲା ପୁଲିସ ବୋହୂ ସବିତା ଭୁଏଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଶାଶୁ ଲୟ ଭୁଏଙ୍କୁ ଭୀମସାରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ବୃଦ୍ଧା ଲୟ ଭୁଏ ପୁଅ ବୋହୂ ସହ ଚିପିଲିମା ମଝିପାଲିରେ ରହନ୍ତି । ତେବେ ବୋହୂକୁ ଖାଇବା ମାଗିବାରୁ ସବିତା ଭୁଏ ସ୍ୱାମୀ ରାଧେଶ୍ୟାମକୁ କବାଟ କିଳି ଦେଇଥିଲେ । ପରେ ଶାଶୁକୁ ଚିପିଲିମା କୋନଲରେ ଫୋଫାଡି ଦେଇଥିଲେ । ଖବର ପାଇ ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରିଛି ।