ପଚାରିଲାନି ପୁଅ, ମୁଖାଗ୍ନୀ ଦେଲେ ବୋହୂ ଓ ନାତି । ଦ୍ୱିତୀୟ ବିବାହ କରି ପରିବାରଠାରୁ ଅଲଗା ରହୁଛନ୍ତି ପୁଅ ଶାନ୍ତନୁ

538

କନକ ବ୍ୟୁରୋ : ପୁଅର ଅନୁପସ୍ଥିତିରେ ଶ୍ୱଶୁରଙ୍କୁ ମୁଖାଗ୍ନୀ ଦେଲେ ବୋହୂ ଓ ନାତି । ଗଜପତି କାଶୀନଗର ଏନଏଏସି ୧୨ନଂ ୱାର୍ଡରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟବସାୟୀ ନିରଞ୍ଜନ ବେହେରାଙ୍କ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ନିରଞ୍ଜନଙ୍କ ପୁଅ ଶାନ୍ତନୁ ଅନୁପସ୍ଥିତ ରହିଥିବା ବେଳେ ବୋହୂ ଜୟନ୍ତୀ ଓ ନାତି ହିନ୍ଦୁ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପର୍ଣ୍ଣ କରିଛନ୍ତି ।

ଶାନ୍ତନୁ ଜୟନ୍ତୀଙ୍କୁ ବିବାହ କରି ସେମାନଙ୍କର ଏକ ପୁଅ ରହିଥିବା ବେଳେ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରି ଘର ଛାଡି ଚାଲିଯାଇଛନ୍ତି । ସେହିପରି ଦୁଇ ଝିଅ ମଧ୍ୟ ବିବାହ ପରେ ବାହାରେ ରହୁଛନ୍ତି, ଏଭଳି ସ୍ଥିତିରେ ନିରଞ୍ଜନଙ୍କ ମୃତ୍ୟୁ ପରେ ବୋହୂ ଜୟନ୍ତୀ ଏବଂ ନାତି ମୁଖାଗ୍ନୀ ଦେବା ଘଟଣାକୁ ସ୍ଥାନୀୟ ଅଂଚଳବାସୀ ପ୍ରଂଶସା କରିଛନ୍ତି ।