କୌଳିକ ବୃତ୍ତିକୁ ଆଗେଇ ନେବା ପାଇଁ ବାପାକୁ ସାଥ ଦେଲେ ଝିଅ : ପୂଜା ପୂର୍ବରୁ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସୋମା; ଝିଅର କାରିଗରୀକୁ ବିଭିନ୍ନ ପୂଜା କମିଟିର ପ୍ରଶଂସା

150

କନକ ବ୍ୟୁରୋ : ଝିଅ ବି କରିପାରେ ମୂର୍ତ୍ତି କାରିଗର କାମ । କୌଳିକ ବୃତ୍ତିକୁ ଆଗେଇ ନେବା ପାଇଁ ବାପାଙ୍କୁ ସାଥ ଦେଇଛି ଝିଅ । ବୟସର ଅପରାହ୍ନଣରେ କୌଳିକ ବୃତ୍ତିକୁ ବଂଚାଇବାକୁ ଚେଷ୍ଟା କରିଛନ୍ତି ତାଙ୍କ ଝିଅ । କଟକ କୁମ୍ଭାର ସାହିର କାରିଗର ଅଭିମନ୍ୟୁ ବେହେରା ଦୀର୍ଘ ୩୫ ବର୍ଷ ଧରି ଭୁବନେଶ୍ୱର ପଳାଶୁଣୀରେ ମା ଦୂର୍ଗାଙ୍କ ମୂର୍ତ୍ତି ତିଆରି କରୁଛନ୍ତି ।

ବୟସ ହୋଇଯାଇଥିବାରୁ ମୂର୍ତ୍ତି ନିର୍ମାଣରେ ବାପାଙ୍କୁ କାମରେ ସହଯୋଗ ସହ ମୂର୍ତ୍ତି କାମ କରୁଛନ୍ତି ଝିଅ ସୋମା । ରୋଜଗାର ସହ କୌଳିକ ବୃତ୍ତି ଏକମାତ୍ର ପନ୍ଥା ଥିବାରୁ ଏହାକୁ ବଂଚାଇ ରଖିବାକୁ ପଡ଼ିବ ବୋଲି କହିଛନ୍ତି ସୋମା । ଦୀର୍ଘଦିନ ଧରି କାରିଗରି କାମ କରୁଥିବାବେଳେ ସରକାରୀ ସହାୟତା କି କଳାକାର ଭତା ମିଳୁନଥିବାରୁ କ୍ଷୋଭ କରିଛନ୍ତି ସୋମା । ଅନ୍ୟପଟେ ସୋମାଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ପଳାଶୁଣୀ ପୂଜା କମିଟି ।