କନକ ବ୍ୟୁରୋ: ପିପିଲିରେ ସାନି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । କନକ ନ୍ୟୁଜକୁ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ ପରେ ନିଆଯିବ ପଦକ୍ଷେପ । ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଦେବାକୁ କଂଗ୍ରେସକୁ ସୁଯୋଗ ମିଳିବ । ହେଲେ ନାମାଙ୍କନ ଦାଖଲ କରିଥିବା ଅନ୍ୟ ପ୍ରାର୍ଥୀଙ୍କ ପ୍ରାଥୀତ୍ୱ ବଳବତ୍ତର ରହିବ ।
ଆଜି ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ । ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଅଜିତଙ୍କ ଚାଲିଥିଲା ଚିକିତ୍ସା । ଖବର ପାଇ ଆପୋଲ ହସ୍ପିଟାଲରେ କଂଗ୍ରେସର ବରିଷ୍ଠ ନେତା ପହଞ୍ଚିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/46-2.jpg)