ଭାରତ-ଶ୍ରୀଲଙ୍କା ସିରିଜ ପାଇଁ ତାରିଖ ଘୋଷଣା । ଶିଖର ଧୱନ ହେବେ ଅଧିନାୟକ

1,095

କନକ ବ୍ୟୁରୋ: ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପାଇଁ ତାରିଖ ଘୋଷଣା ହୋଇଛି । ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-୨୦ ମ୍ୟାଚ ଖେଳିବ । ୧୩ ଜୁଲାଇରୁ ଏହି ମ୍ୟାଚ ଆରମ୍ଭ ହେବ । ଏନେଇ ସୋନି ସ୍ପୋର୍ଟସ ତରଫରୁ ଏନେଇ ଟୁଇଟ କରି ଘୋଷଣା କରାଯାଇଛି । ହେଲେ ବିସିସିଆଇ ପକ୍ଷରୁ ସୂଚନା ଏଯାଏଁ ମିଳିନାହିଁ ।

ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ୧୩, ଦ୍ୱିତୀୟ ଦିନିକିଆ ୧୬ ଓ ତୃତୀୟ ଦିନିକିଆ ୧୮ ଜୁଲାଇକୁ ହେବ । ସେହିପରି ୨୧ ଜୁଲାଇକୁ ପ୍ରଥମ ଟି-୨୦ ଖେଳାଯିବ । ୨୩ରେ ଦ୍ୱିତୀୟ ଓ ୨୫ ଜୁଲାଇରେ ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ । ଭାରତ ଶେଷ ଥର ପାଇଁ ୨୦୧୮ରେ ଶ୍ରୀଲଙ୍କା ଗସ୍ତ କରିଥିଲା ।

ଏହି ଗସ୍ତ ବେଳେ ଭାରତୀୟ ଟିମର କୋଚ ରହିବେ ରାହୁଲ ଦ୍ରାବିଡ । ସେପଟେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଇଂଲଣ୍ଡରେ ବିରାଟ କୋହଲି ଟିମଙ୍କ ସହ ରହିବେ । ଶ୍ରୀଲଙ୍କା ଗସ୍ତରେ ବିରାଟ କୋହଲି ଓ ରୋହିତ ଶର୍ମା ରହିବେ ନାହିଁ ।