କନକ ବ୍ୟୁରୋ : ବନ୍ୟାରେ ଧୋଇଗଲା ୨୩୮ କୋଟି ଟଙ୍କାର ନଦୀବନ୍ଧ । ଗତ ବନ୍ୟାରେ ୩୮ଟି ଘାଇ ସହ ୯୯୬ କିଲୋମିଟର ନଦୀବନ୍ଧ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୧୧ଟି ଜିଲ୍ଲାର ୩୫୧ କିଲୋମିଟରକ ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କାର ଅନୁଦାନ ଆବଶ୍ୟକ ।

Advertisment

ଏନେଇ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ । ଘାଇ ମରାମତି, ସ୍ଥାୟୀ ଓ ଅସ୍ଥାୟୀ ମରାମତି ଓ ନଦୀବନ୍ଧ ସୁଦୃ୍ଢିକରଣ ପାଇଁ ମୋଟ ୯୩୨ କୋଟି ଟଙ୍କାର ଅନୁଦାନ ଆବଶ୍ୟକ । ୯୩୨କୋଟି ଟଙ୍କାର ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ ଅନୁରୋଧ କରାଯାଇଛି । ଏହି ସୂଚନା ଦେଇଛନ୍ତି ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ ।