ନଈବଢି ପୂର୍ବରୁ ଭୁଷୁଡିଲା ନଦୀବନ୍ଧ : ଭୟଭିତରେ ଅଛନ୍ତି ପିପିଲି, ନିମାପଡା ଓ ଖୋର୍ଦ୍ଧା ବାଲିପାଟଣା ଲୋକେ; ମରାମତି କାମର ଅଳ୍ପ ଦିନରେ ଧସିଲା ଭାର୍ଗବୀ ନଦୀବନ୍ଧ କଂଟାବଣିଆର ମାଟିଅତଡା

413

କନକ ବ୍ୟୁରୋ : ନଈବଢି ପୂର୍ବରୁ ଭୁଶୁଡିଲା ନଦୀବନ୍ଧ । ପୁରୀ ଜିଲ୍ଲା ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନରେ ଥିବା ଭାର୍ଗବୀ ନଦୀବନ୍ଧର କଂଟାବଣିଆଠାରେ ଖସିଛି ବିରାଟକାୟ ମାଟିଅତଡା । ଏହାପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ପୁରୀର ପିପିଲି, ନିମାପଡା ଓ ଖୋର୍ଧା ବାଲିପାଟଣା ବ୍ଲକର ଅନେକ ପଂଚାୟତର ଲୋକ । ନଦୀବନ୍ଧ ମରାମତି କରିବାର କିଛ ମାସ ମଧ୍ୟରେ ଏହ ମାଟିଅତଡା ଧସିଛି । ଆଗକୁ ବନ୍ୟାର ଭୟ ଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ । ଏହାକୁ ଶୀଘ୍ର ମରାମତି ନ କଲେ ହଜାର ହଜାର ଚାଷ ଜମି ପ୍ରଭାବିତ ହେବା ଆଶଙ୍କା ରହିଛି । ନିମ୍ନମାନର କାମ ଯୋଗୁଁ ବାରମ୍ବାର ଏଭଳି ହେଉଥିବା ଅଭିଯୋଗ ହୋଇଛି ।