କନକ ବ୍ୟୁରୋ: ନବରଙ୍ଗପୁର ରାଜନୀତି ନେତା ଓ ପ୍ରଶାସକଙ୍କ ବିବାଦକୁ ନେଇ ସରଗରମ ରହିଛି । ଏହି ବିବାଦର ରିଙ୍ଗ ଭିତରକୁ ଏବେ ଡେଇଁଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ପାପଡାହାଣ୍ଡିରେ ସାମ୍ବାଦିକ ସମ୍ମିଳନୀ କରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ସେ ଟାର୍ଗେଟ କରିଛନ୍ତି । ମନୋହର ରନ୍ଧାରୀ କହିଛନ୍ତି, ତାରାଙ୍କୁ ଲୋକେ ଭାଲୁ ବୋଲି ଡାକୁଥିଲେ ମଧ୍ୟ ଏହି ଅଂଚଳର ବାଘ ହେଉଛନ୍ତି ମନୋହର ରନ୍ଧାରୀ ।

Advertisment

ବାଘ ଥିବା ଜାଗାରେ ଭାଲୁ କିଛି କରିପାରିବ ନାହିଁ ବୋଲି କଟାକ୍ଷ କରିଛନ୍ତି । ଜଣେ ମହିଳା ବିଡିଓଙ୍କୁ ଦଳିତ ବୋଲି କହିଥିବା ଘଟଣାକୁ ନିନ୍ଦା କରିଛନ୍ତି ରନ୍ଧାରୀ । ବିଜେଡି ମହିଳା ଓ ଦଳିତଙ୍କ ସମ୍ମାନ ପାଇଁ ଠିଆ ହୋଇଥାଏ । ତେଣୁ ମହିଳାଙ୍କୁ ଅସମ୍ମାନ କରିଥିବାରୁ ତାରା ସର୍ବ ସାଧାରଣରେ କ୍ଷମା ମାଗନ୍ତୁ ନହେଲେ, ନହେଲେ ଆଇନ ଅନୁଯାୟୀ ବିଜେଡି କାଯ ର୍୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ମନୋହର ରନ୍ଧାରୀ ।

ସେହିପରି ବିଡିଓଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ତାରା ଆକ୍ଷେପ କରିଥିବାରୁ ତାହାର ସଠିକ୍ ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ଡାବୁ ଗାଁ ବିଧାୟକ । ଗୁରୁବାର ପାପଡାହାଣ୍ଡିର ମହିଳା ବିଡ଼ିଓଙ୍କୁ ଜୟପୁର ବିଧାୟକ ତାରା ବାହିନୀପତି ଓ କଂଗ୍ରେସ କର୍ମୀ ଅପମାନ କରିଥିଲେ । ଏହାକୁ ନେଇ ବିଡିଓ ଏବଂ ବିଧାୟକଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା ।