ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୯୦ କିମି ଦୂରରେ ଅଛି ବାତ୍ୟା, ବଢ଼ିଲାଣି ପବନର ବେଗ ।

130

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୯୦ କିଲୋମିଟର ଦୂରରେ ଅଛି । ସେହିପରି ବାଲେଶ୍ୱରରୁ ୧୪୦ କିମି ଦୂରରେ ଅଛି । ଆଉ ଦୀଘା ଠାରୁ ମଧ୍ୟ ୧୩୦ କିମି ଦୂରରେ ବାତ୍ୟା ୟାସ୍ । ତେବେ ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା । ତେବେ ପାରାଦୀପରେ ୧୩୭ ମି.ମି ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ଏବେ ୭୦-୮୦ ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କିମି ପ୍ରତି ଘଣ୍ଟାରେ ପବନ ବହୁଛି । ଭୁବନେଶ୍ଵରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସବୁଠାରୁ ବଡ଼କଥା ହେଲା କି, ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୩୦ରୁ ୧୪୦ କିମି ରହି ପାରେ ବୋଲି ତାଜା ସୂଚନା ମିଳୁଛି । ଏବେ ପାରାଦୀପରେ ୮୦ରୁ ୯୦ କିମି ବେଗରେ ବହୁଛି ପବନ । ଧିରେ ଧିରେ ବାତ୍ୟା ନିକଟତର ହେଉଥିବାବେଳେ ପବନର ବେଗ ମଧ୍ୟ ବଢୁଛି । ତେଣୁ ସମସ୍ତେ ଘରେ ରୁହନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରୁହନ୍ତୁ ବୋଲି ଏସଆରସ ଅପିଲ କରିଛନ୍ତି । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବାତ୍ୟା ବୋଲି ଆକଳନ କରାଯାଉଛି । ସ୍ଥଳଭାଗରେ ଶିମିଳିପାଳ ପର୍ବତମାଳାରେ ବାତ୍ୟାର ଗତି କମିପାରେ ।