ପୁରୀ ଆଡକୁ ପାଖେଇ ଆସୁଛି ବାତ୍ୟା । ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିିୟା ଜାରି ।

ପୁରୀ ଆଡକୁ ପାଖେଇ ଆସୁଛି ବାତ୍ୟା । ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିିୟା ଜାରି ।

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ‘ଜୱାଦ’ ପ୍ରଭାବରେ ଆଜି ସକାଳୁ ପୁରୀ ସମେତ ଓଡ଼ିଶାର କେତେକ ଉପକୂଳବର୍ତ୍ତୀ ଜିଲ୍ଲାରେ ନିରବଚ୍ଛିନ୍ନ ବର୍ଷା ଆରମ୍ଭ ହୋଇଯାଇଛି।ପୁରୀରେ ବେଳାଭୂମି ଛାଡ଼ି ଚାଲିଯିବାକୁ ପର୍ୟ୍ୟଟକମାନଙ୍କୁ କୁହାଯାଉଛି ଏବଂ ସମୁଦ୍ରକୂଳ ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ପୁଲିସ ମଧ୍ୟ ପରିସ୍ଥିତିକୁ ଅନୁଧ୍ୟାନ କରୁଛି।

ଆଜି ପାଇଁ ପାଣିପାଗ ବିଭାଗ ଜାରି କରିଥିବା ସୂଚନାରେ ଉଲ୍ଲେଖ ଅଛି ଯେ, ଓଡ଼ିଶାର ସମୁଦ୍ର ଉପକୂଳରେ ଆଜି ଘଣ୍ଟା ପ୍ରତି ୧୦୦ କିଲୋମିଟର୍‌ ଦଲକା ସହ ୮୦ ରୁ ୯୦ କିଲୋମିଟର୍‌ ବେଗରେ ପବନ ପ୍ରବାହିତ ହେବା ସହ ସମୁଦ୍ରରେ ଉତ୍ତାଳ ଢେଉ ଉଠିବ।ସେହିପରି, ଆନ୍ଧ୍ରପ୍ରଦେଶର ମଧ୍ୟ ତୋଫାନିଆ ପାଗ ଅନୁଭୂତ ହେବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୬୫ କିଲୋମିଟର୍‌ ଦଲକା ସହ ୪୫ ରୁ ୫୫ କିଲୋମିଟର୍‌ ବେଗରେ ପବନ ପ୍ରବାହିତ ହେବ। ସନ୍ଧ୍ୟା ବେଳକୁ ପବନର ଘଣ୍ଟା ପ୍ରତି ୧୦୦ କିଲୋମିଟର୍‌ ଦଲକା ସହ ୮୦ ରୁ ୯୦ କିଲୋମିଟର୍‌ ବେଗରେ ପବନ ବହିବ। ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଏହା ଆଗାମୀ ୪ ଦିନ ପର୍ୟ୍ୟନ୍ତ ବଳବତ୍ତର ରହିବ।

ଏହାଛଡ଼ା, ସନ୍ଧ୍ୟା ଆଡ଼କୁ ପଶ୍ଚିମବଙ୍ଗରେ ବତାସିଆ ପାଗ ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୬୫ କିଲୋମିଟର ବେଗର ଦଲକା ସହ ୪୫ ରୁ ୫୫ କିଲୋମିଟର୍‌ ବେଗରେ ପବନ ପ୍ରବାହ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe