କନକ ବ୍ୟୁରୋ: ବାତ୍ୟା ଆଉ ବାତ୍ୟା ହୋଇନାହିଁ । ଏହା ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଇଛି । ଏବେ ଗଭୀର ଅବପାତ ରୂପ ନେଇ ଉତ୍ତର ଦିଗରେ ଗତି କରୁଛି । ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇଯାଇ ଉତ୍ତର- ପୂର୍ବ ଦିଗରେ ଗତି କରିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ମୁତାବକ, ପୁରୀ ନିକଟରେ ହେବା ବେଳକୁ ଏହା ବାତ୍ୟା ରୂପରେ ରହିବ ନାହିଁ ବରଂ ଅବପାତ କିମ୍ବା ଗଭୀର ଅବପାତ ରୂପରେ ପହଞ୍ଚିବ । ଦିଗ ପରିବର୍ତ୍ତନ ଯୋଗୁଁ ବାତ୍ୟା ଦୁର୍ବଳ ହୋଇଥିଲେ ବି ଏହାର ପ୍ରଭାବରେ କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଆସନ୍ତା କାଲି ଉତ୍ତର ଓଡିଶାରେ ବର୍ଷା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/19-5.jpg)